ପାଣିପାଗ ବିଭାଗ ନାଁରେ ଥାନାରେ ଏତଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁଲ ପୂର୍ବାନୁମାନ କରୁଥିବାରୁ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ବିରୋଧରେ ଥାନାରେ ଏତଲା ଦିଆଯାଇଛି । ମହାରାଷ୍ଟ୍ରର ମରାଠୱାଡ଼ାସ୍ଥିତ ଏକ ଗ୍ରାମର ଚାଷୀମାନେ ପରଭନୀ ଗ୍ରାମୀଣ ଥାନାରେ ଏହି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ମୁତାବକ, କୀଟ ନାଶକ କମ୍ପାନୀ ଓ ଆଇଏମଡି କର୍ତ୍ତୃପକ୍ଷଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଛିବ । ତେଣୁ ଆଇଏମଡି ସବୁବେଳେ ଭୁଲ ପୂର୍ବାନୁମାନ କରୁଛି । ତେବେ ଆଇଏମଡି ପୂର୍ବାନୁମାନକୁ ଭରଷା କରି ଚାଷୀମାନେ ଚଳିତ ବର୍ଷ ଧାନ ବୁଣି ଥିବା ବେଳେ ଆବଶ୍ୟକ ବର୍ଷା ନ ହେବା ଯୋଗୁ ଚାଷୀମାନେ ହଇରାଣ ହେଉଛନ୍ତି । ମୁମ୍ବାଇ ଓ ପୁନେଠାରେ କୀଟନାଶକ ପ୍ରସ୍ତୁତ କରୁଥିବା କମ୍ପାନୀଗୁଡିକ ସହ ଆଇଏମଡିର ଅସାଧୁ ସମ୍ପର୍କ ଯୋଗୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ବୋଲି ସ୍ୱାଭିମାନୀ ଶେତକାରୀ ସଂଗଠନର ମରାଠୱାଡ଼ା କ୍ଷେତ୍ରର ଅଧ୍ୟକ୍ଷ ମାନିକ କଦମ ଥାନରେ ଏହି ଏତଲାରେ ଦର୍ଶାଇଛନ୍ତି । ଅଭିଯୋଗକୁ ଭିତ୍ତି କରି ଥାନାରେ ଦଫା ୪୨୦ ରେ ଆଇଏମ୍‌ଡି ନିର୍ଦ୍ଦେଶକଙ୍କ ନାଁରେ ଏକ ଠକେଇ ମାମଲା ରୁଜୁ କରାଯାଇଥିବା କଦମ ସୂଚନା ଦେଇଛନ୍ତି ।

Leave a comment