୧୪ ମାଓବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତିଶଗଡ଼ ସୁକମା ଜିଲ୍ଲା କୋଣ୍ଟା ଓ ଗୋଲାପଲି ଥାନା ଅଞ୍ଚଳରେ ସୋମବାର ଏନକାଉଣ୍ଟରରେ ୧୪ ମାଓବାଦୀ ପ୍ରାଣ ହରାଇଛନ୍ତି । ସେମାନଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଉକ୍ତ ଅଞ୍ଚଳରେ ଗତ କିଛି ଦିନ ହେବ ମାଓବାଦୀ ରହୁଥିବା ପୋଲିସ ଖବର ପାଇଥିଲା । ତେବେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ସହେଯାଗରେ ଏହି ଅପରେସନ କରାଯାଇଥିଲା । ଏଥିରେ କୌଣସି ସୁରକ୍ଷାକର୍ମୀ ବା ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇ ନ ଥିବା ବେଳେ ଘଟଣା ସ୍ଥଳରୁ ୧୪ଜଣ ମାଓବାଦୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏଥିସହ ୧୬ଟି ବନ୍ଧୁକ ଓ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମିଳିଥିବା ସୁକମା ଏସପି ଅଭିଷେକ ମୀନ ସୂଚନା ଦେଇଛନ୍ତି ।

Leave a comment