ପ୍ରତିଶୋଧ ନେବାକୁ ସମ୍ପୂର୍ଣ୍ଣ ପରିବାର ର ହତ୍ୟା ଯୋଜନା କରିଥିଲି, ଅଭିଯୁକ୍ତର ବୟାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିଲା ଦିନର ମା ଉପରେ ହେଉଥିବା ଅତ୍ୟାଚାର ରାଗ ସୁଝାଇବା ପାଇଁ ପୁଅ କେମିତି କେମିତି ପ୍ରତିଶୋଧ ନେଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । କାଲି ଭଦ୍ରକ ଜିଲ୍ଲା ଧାମନଗର ଘଟିଥିବା ଝିଅକୁ ବଳାତ୍କାର ଏବଂ ମା’ ବାପାଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଗୋପୀନାଥ ମହାନ୍ତିଙ୍କୁ ଧାମନଗର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ପେଟ୍ରୋଲ ପମ୍ପ ନିକଟରୁ ଗିରଫ କରିଛି । ଗିରଫ ପରେ ଗୋପୀନାଥ ପୋଲିସ ନିକଟରେ ଦେଇଛି ଚାଞ୍ଚଲ୍ୟକର ବୟାନ ।

ଗୋପୀନାଥ କହିଛି “ସେମାନେ ଆମ ଘର ଲୋକଙ୍କ ପ୍ରତି ବହୁତ ଅନ୍ୟାୟ, ଅତ୍ୟାଚାର କରିଛନ୍ତି । ଛୋଟ ଥିବା ବେଳେ ଖାଇବା ପି‍ଇବା ଦେବାରେ ଟିକିଏ ଡେରି ହେଲେ ଆମକୁ ମାରୁଥିଲେ । ମୋ ମାଆ ପେଟରେ ଶାବଳ ପକାଇ ଚଢ଼ିଯାଉଥିଲେ । ସେବେଠାରୁ ଏମାନଙ୍କୁ ହତ୍ୟା କରିବାକୁ ମୁଁ ମନେମନେ ସ୍ଥିର କରି ନେଇଥିଲି “। ପ୍ରତିଶୋଧ ପରାୟଣ ହୋଇ ସମ୍ପୂର୍ଣ୍ଣ ପରିବାରକୁ ଦୀର୍ଘ ଦିନରୁ ମାରିବା ଲାଗି ସେ ଯୋଜନା କରୁଥିଲା । ସୁଯୋଗ ମିଳିବାରୁ ମା’ ବାପାଙ୍କୁ ହତ୍ୟା କରି ଝିଅଙ୍କୁ ମଧ୍ୟ ହତ୍ୟା ଉଦ୍ୟମ କରିଥିଲି । ମାତ୍ର ଏହି ସମୟରେ ଜଣେ ସମ୍ପର୍କୀୟ କବାଟ ବାଡ଼େଇଦେବାରୁ ନାବାଳିକା ଜଣକ ବର୍ତ୍ତିଯାଇଥିଲେ ବୋଲି ଗୋପୀନାଥ କହିଛନ୍ତି ।

ଅନ୍ୟପଟେ ମଙ୍ଗଳବାର ସକାଳୁ ପୀଡ଼ିତାଙ୍କ ବାପାଙ୍କ ମୃତଦେହ ଠାବ ହୋଇଛି । ମୃତଦେହଟି ଜାତୀୟ ରାଜପଥ କଡ଼ କାଳିତ୍ରା ପୋଲ ନିକଟରେ ଭାସୁଥିବା ଦେଖିବାକୁ ମିଳିଛି । ସୋମବାର ବିଳମ୍ବିତ ରାତିରେ ଗୋପୀନାଥ ଗିରଫ ହେବା ପରେ ସେ ପୀଡିତାଙ୍କ ବାପାଙ୍କୁ ହତ୍ୟା କରି କାଳିତ୍ରା ପୋଲ ନିକଟରେ ଫିଙ୍ଗି ଦେଇଥିବା କହିଥିଲା ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a comment