ଅକ୍ଟୋବର ୨ ରୁ ଅନଶନରେ ବସିବେ ଆନ୍ନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମାଜେସବୀ ଆନ୍ନା ହାଜାରେ ଅନଶନକୁ ଓହ୍ଲାଇବେ। କେନ୍ଦ୍ର ସରକାର ଙ୍କ ଲୋକପାଳ ନିଯୁକ୍ତି ରେ ହେଉଥିବା ବିଳମ୍ବ କୁ ପ୍ରତିବାଦ କରି ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ସେ ନିଜ ଗାଁ ମହାରାଷ୍ଟ୍ରର ରାଲେଗାଁସିଦ୍ଧିରୁ ଅନଶନ ଆରମ୍ଭ କରିବେ ବୋଲି ମତବ୍ୟକ୍ତ କରିଛନ୍ତି ।

ସୂଚନା ଅନୁଯାୟୀ, ୨୦୧୪ ମସିହାରେ ମୋଦି ସରକାର ଲୋକପାଲ ବିଲ୍‌ରେ ସଂଶୋଧନ ଆଣି ଲୋକପାଳ ନିଯୁକ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
କନ୍ତୁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଆଳ ଦେଖାଇ ଲୋକପାଳ ନିଯୁକ୍ତି ରେ ବିଳମ୍ବ କରୁଛନ୍ତି । ଲୋକପାଳ ନିଯୁକ୍ତ ହେଲେ ଦୁର୍ନୀତି ଅନେକ ମାତ୍ରାରେ କମିଯାଇଥାନ୍ତା ମାତ୍ର କେନ୍ଦ୍ର ସରକାର ଏଥିପ୍ରତି ଇଛୁକ ନଥିବା ଆନ୍ନା ଅଭିଯୋଗ କରିଛନ୍ତି । ପୂର୍ବରୁ ୫ ଅପ୍ରେଲ ୨୦୧୧ ମସିହାରେ ଲୋକପାଳ ନିଯୁକ୍ତି ଦାବିରେ ଆନ୍ନା ହାଜାରେ ଦିଲ୍ଲୀ ର ଯନ୍ତରମନ୍ତର ଠାରେ ଅନଶନ କରିଥିଲେ।

Leave a comment