ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ରାହୁଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟୁଇଟରର ଏକ ପୋଷ୍ଟକୁ ନେଇ ଆଜି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ଏଥିସହିତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ସୂଚନା ଅନୁସାରେ ବିହାର ନିର୍ବାଚନ ପାଇଁ ରାହୁଲ ତାଙ୍କର ଟୁଇଟର ଏକାଉଣ୍ଟରେ ପୋଷ୍ଟରେ ଲେଖିଛନ୍ତି ଯେ, ଏଥର ନ୍ୟାୟ, ରୋଜଗାର ଓ କୃଷି ଶ୍ରମିକଙ୍କ ପାଇଁ ଆପଣଙ୍କ ଭୋଟ ଖାଲି ମହାଗଠବନ୍ଧନକୁ। ବିହାରର ପ୍ରଥମ ଚରଣ ମତଦାନରେ ଆପଣମାନଙ୍କୁ ଶୁଭକାମନା ଦେବା ସହିତ ହ୍ୟାସ ଟ୍ୟାଗରେ ଆଜି ବଦଳିବ ବିହାର ବୋଲି କହିଛନ୍ତି।

ତାଙ୍କର ଏହି ଟୁଇଟକୁ ନେଇ ବିରୋଧୀ ଦଳ ବିଜେପି ପକ୍ଷରୁ ଏହା ଏକ ପ୍ରକାର ଆଚରଣ ବିଧି ଉଲ୍ଲଂଘନ ବୋଲି ଦର୍ଶାଇଛନ୍ତି। ତେଣୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଏନେଇ ବିଜେପି ବିହାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପଠାଇଛନ୍ତି।

Leave a comment