ପୁଣି କନ୍ଦାଇଲା ପିଆଜ, ୯୦ ଛୁଇଁଲା କେଜି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ପିଆଜ ଦର ଏବେ ଆକାଶ ଛୁଆଁ ହୋଇଛି। ଖୁଚୁରା ଦର କିଲୋ ପିଛା ୯୦ ରୁ ୧୦୦ ଟଙ୍କା ଛୁଇଁଲାଣି। ଏବେ ଗରିବଙ୍କ ପାଇଁ ସପନ ପାଲଟିଛି ପିଆଜ। ତରକାରୀ ନହେଲେବି ଗରିବ ଲୋକମାନଙ୍କ କଂସାରେ ପିଆଜ ଟେ ପଡିଲେ ସେ ସେ ଚଳି ଯାଉଥିଲା। ହେଲେ ଏବେ ସେତକ ନାହିଁ।
ଅନ୍ୟ ପକ୍ଷରେ ଦର ଦାମକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଠୋସ୍ ପଦକ୍ଷେପ ନେଇଛନ୍ତି। ଏବେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପିଆଜ ଶସ୍ତାରେ ବିକ୍ରି କରିବ ବୋଲି ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାରଙ୍କ ଗଚ୍ଛିତ ଭଣ୍ଡାରରୁ ପିଆଜ ନେବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନେବା ପାଇଁ କହିଛି କେନ୍ଦ୍ର।
ମହାରାଷ୍ଟ୍ରର ନାସିକରେ କେନ୍ଦ୍ରର ଗଚ୍ଛିତ ଭଣ୍ଡାର ରହିଛି। ଏଠାରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ପିଆଜ କିଲୋ ପିଛା ୨୬-୨୮ ଟଙ୍କା ମଧ୍ୟରେ ବିକ୍ରି କରିବ ବୋଲି ଜଣାପଡ଼ିଛି। ଯେଉଁ ରାଜ୍ୟ ନିଜ ରାଜ୍ୟରେ ପିଆଜର ଡେଲିଭରୀ ଚାହିଁବେ ସେହି ରାଜ୍ୟକୁ କିଲୋ ପିଛା ୩୦ ଟଙ୍କା ହିସାବରେ କେନ୍ଦ୍ର ପିଆଜ ଗାଡ଼ି ପହଞ୍ଚାଇବ ବୋଲି କହିଛି। ସେହିପରି ନାଫେଡ ଦେଶର ବିଭିନ୍ନ ମଣ୍ଡିରେ ପିଆଜ ମହଜୁଦ ରଖିବା ପାଇଁ ପ୍ରୟାସ ଆରମଭ କରିଛି।
କେନ୍ଦ୍ରର ଏହି ପରାମର୍ଶକୁ ସ୍ୱାଗତ କରିଛନ୍ତି କିଛି ରାଜ୍ୟ। ଆସାମ, ଆନ୍ଧ୍ର ପ୍ରଦେଶ, ବିହାର, ଚଣ୍ଡିଗଡ, ହରିଆଣା, ତେଲେଙ୍ଗାନା ଏବଂ ତାମିଲନାଡୁ କେନ୍ଦ୍ରର ଗଚ୍ଛିତ ଭଣ୍ଡାରରୁ ପିଆଜ ନେବା ପାଇଁ ରାଜି ହୋଇଥିବା ଯୋଗାଣ ବିଭାଗ ସଚିବ ଲୀନା ନନ୍ଦନ କହିଛନ୍ତି। ଏବେ ଅନ୍ୟ ରାଜ୍ୟର ଜବାବକୁ କେନ୍ଦ୍ର ସରକାର ଅପେକ୍ଷା କରିଥିବା ସୂଚନା ରହିଛି। ଓଡ଼ିଶା ଏଯାଏଁ ଏନେଇ ନିଜର ମତାମତ ଦେଇନାହିଁ।

Leave a comment