ୟୁପିଏସସି ଜାରି କଲା ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ମାର୍କ, ଓଡ଼ିଶା ଟପ୍ପର ସଞ୍ଜିତା ମହାପାତ୍ରଙ୍କୁ ମିଳିଛି ୧୦୪୨

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ଅଗଷ୍ଟ ୪ରେ ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ୨୦୧୯ର ଫଳାଫଳ ଘୋଷଣା କରାଯିବ ପରେ ୟୁପିଏସସି ଦ୍ୱାରା ଫଳ ପରୀକ୍ଷାର୍ଥୀଙ୍କର ମାର୍କ ସାର୍ବଜନୀନ କରାଯାଇଛି | ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଥିବା ହରିୟାଣାର ପ୍ରଦୀପ ସିଂ ସମୁଦାୟ ୨୦୨୫ ମାର୍କରୁ ୧୦୭୨ ମାର୍କ ପାଇଛନ୍ତି | ଦ୍ଵିତୀୟ ସ୍ଥାନ ହାସଲ କରିଥିବା ନିତିନ କିଶୋରଙ୍କୁ ୧୦୬୩ ଓ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରତିଭା ବର୍ମାଙ୍କୁ ୧୦୬୨ ମାର୍କ ମିଳିଛି |ସିଭିଲ ସର୍ଭିସ ପରୀକ୍ଷା ୨୦୧୯ରେ ସଫଳ ହୋଇଥିବା ୨୨ଜଣ ଓଡ଼ିଆଙ୍କ ମଧ୍ୟରେ ସର୍ବଭାରତୀୟ ସ୍ତରରେ ୧୦ମ ସ୍ଥାନ ହାସଲ କରିଥିବା ସଞ୍ଜିତା ମହାପାତ୍ରଙ୍କୁ ମିଳିଛି ୧୦୪୨ ମାର୍କ | ଅନ୍ୟ ୨୧ଜଣ ଓଡ଼ିଆ- ଅଂଶୁମାନ ରାଜଙ୍କୁ ୯୯୪, ଅନୁପ ଦାସଙ୍କୁ ୯୯୧, ଧବଳ କୁମାର ଜେନାଙ୍କୁ ୯୯୦, ରାହୁଲ ଗୋଏଲଙ୍କୁ ୯୮୪, କୁମାର ବିଶ୍ୱରଞ୍ଜନଙ୍କୁ ୯୮୨, ଶୈଳଜା ଦାସଙ୍କୁ ୯୮୧, ବେଦଭୂଷଣଙ୍କୁ ୯୮୦, ରାହୁଲ ମିଶ୍ରଙ୍କୁ ୯୭୯, ହେମା ନାୟକଙ୍କୁ ୯୭୭, ଆଋଷି ମିଶ୍ରଙ୍କୁ ୯୭୬, ଆଶିଷ ଦାସଙ୍କୁ ୯୬୯, ଅଙ୍କିତ କୁମାର ମିଶ୍ରଙ୍କୁ ୯୬୯, ସୋନାଲି ମିଶ୍ରଙ୍କୁ ୯୬୮, ଦିବ୍ୟ ମିଶ୍ରଙ୍କୁ ୯୬୭, ଅର୍ଘ୍ୟ ପଟ୍ଟନାୟକ ୯୬୩, ଜୁବିନ ମହାପାତ୍ରଙ୍କୁ ୯୬୧ , ସମୀର କୁମାର ଜେନାଙ୍କୁ ୯୫୦, ମାନସରଞ୍ଜନ ସାହୁଙ୍କୁ ୯୩୩, ଶିବମ ମିଶ୍ରଙ୍କୁ ୯୧୨, ଓମ ପ୍ରସାଦ ମହାନ୍ତିଙ୍କୁ ୯୧୧, ବିଭୂତି ଭୂଷଣ ନାୟକଙ୍କୁ ୭୪୪ ମାର୍କ ମିଳିଛି |
ଉଲ୍ଲେଖଯୋଗ୍ୟ, ୟୁପିଏସସି ପରିଚାଳିତ ସିଭିଲ ସର୍ଭିସ ୨୦୧୯ ପରୀକ୍ଷାରେ ମୋଟ ୮୨୯ ଜଣ ପରୀକ୍ଷାର୍ଥୀ ଜଣ କୃତକାର୍ଯ୍ୟ ହୋଇଥିଲେ |

Leave a comment