ଓଡିଶାକୁ ପାକିସ୍ତାନ କହି ଅଡ଼ୁଆରେ ବୈଜୟନ୍ତ: କୁଶପୁତଳିକା ଦାହ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେଉଛନ୍ତି ବରିଷ୍ଠ ରାଜନେତା ବୈଜୟନ୍ତ ପଣ୍ଡା। ଏବେ ଓଡ଼ିଶାକୁ ପାକିସ୍ତାନ କହିବାରୁ ବିରୋଧୀ ଘେରିବା ସହ ବିଭିନ୍ନ ସଂଗଠନ ତାଙ୍କ କୁଶପୁତଳିକା ଦାହ କରିଛନ୍ତି। ହେଲେ ମାତୃଭୂମି ପ୍ରତି ଅପଶବ୍ଦର ବ୍ୟବହାର କରି ତିଳେ ମାତ୍ର ଅନୁତାପ କଲେ ନାହିଁ । ଯେଉଁ ମାଟି ତାଙ୍କୁ ଓ ତାଙ୍କ ପରିବାରକୁ ପ୍ରତିପତ୍ତିଶାଳୀ କରିଛି, ଯେଉଁ ମାଟି ତାଙ୍କୁ କ୍ଷମତା ଉପଭୋଗ କରିବାର ସୁଯୋଗ ଦେଇଥିଲା, ତାର ଇଜ୍ଜତକୁ ମାଟିରେ ମିଶାଇବାକୁ ପଛାଇଲେ ନାହିଁ ବିଜେପିର ଏହି ରାଷ୍ଟ୍ରୀୟ ନେତା । ଓଲଟି ନିଜ ପତ୍ନୀଙ୍କ ମାଲିକାନାରେ ଥିବା ଚ୍ୟାନେଲର ଓକିଲାତି ପାଇଁ ଏକ ଜାତୀୟ ଗଣମାଧ୍ୟମକୁ ମଧ୍ୟ ଅସ୍ତ୍ର ସଜାଇଲେ ବୈଜୟନ୍ତ । ଏବେ ଏହି ଟ୍ୱିଟର ଟାଇଗରଙ୍କ ବିରୋଧରେ ନିନ୍ଦାର ତାଲିକା ଯେତିକି ବଢୁଛି, ବିଦ୍ରୋହର ସ୍ୱର ବି ସେତିକି ତେଜୁଛି । ଲଢୁଆ ଓଡ଼ିଆ ଜାତି ମୁଣ୍ଡରେ ଅପବାଦ ଲଗାଇଥିବା ବୈଜୟନ୍ତଙ୍କ ବିରୋଧରେ ଏବେ ସବୁଠି ଅସନ୍ତୋଷର ନିଆଁ।