ମଇଁଷି ଉପରେ ବସି ନାମାଙ୍କନ ଦାଖଲ କରିବାକୁ ଆସିଲେ ପ୍ରାର୍ଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାର ନିର୍ବାଚନ ପାଇଁ ଆଶାୟୀ ପ୍ରର୍ଥୀମାନେ ବିଭିନ୍ନ ପ୍ରକାର ଯାନରେ ଆସି ନାମାଙ୍କନପତ୍ର ଦାଖଲ କରୁଥିବା ବେଳେ ସୋମବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଦରଭଙ୍ଗା ଜିଲ୍ଲା ବାହାଦୁରପୁର ବିଧାନସଭା ଆସନର ନଚାରୀ ମଣ୍ଡଳ ନାମକ ଜଣେ ସ୍ୱାଧୀନ ପ୍ରାର୍ଥୀ ମଇଁଷି ଉପରେ ବସି ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଛନ୍ତି। ସେ ଗରୀବ ଶ୍ରେଣୀର ଏବଂ ଜଣେ ଶ୍ରମିକଙ୍କ ପୁଅ। ପାଖରେ ଚାରିଚକିଆ ଯାନ ନାହିଁ। ହେଲେ ଘରେ ମଇଁଷି ଥିବାରୁ ବୟସ୍କ ବ୍ୟକ୍ତିମାନେ ମଇଁଷି ଉପରେ ବସି ପ୍ରାର୍ଥୀପତ୍ର ଦାଖଲ କରିବାକୁ ପରାମର୍ଶ ଦେଇଥିଲେ। ତେଣୁ ମଇଁଷି ଉପରେ ବସି ନାମାଙ୍କନପତ୍ର ଦାଖଲ କରିବାକୁ ଆସିଥିବା ନଚାରୀ ମଣ୍ଡଳ ଏକ ଖବର ଏଜେନ୍ସିକୁ ସୂଚନା ଦେଇ କହିଛନ୍ତି।

Leave a comment