ରାଜ୍ୟରେ ବଢୁଛି ଅପରାଧ: ଗୋଟିଏ ଦିନରେ ପାଞ୍ଚଟି ହତ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଗୋଟିଏ ଦିନରେ ପାଞ୍ଚଟି ହତ୍ୟା
ହତ୍ୟା ଘଟଣା ସାମ୍ନାକୁ ଆସିଛି। ରାଜ୍ୟର ପାଞ୍ଚଟି ସ୍ଥାନରେ ଘଟିଛି ହତ୍ୟା ଭଳି ଜଘନ୍ୟ ଅପରାଧ। କେଉଁଠି ସାମାନ୍ୟ ବଚସା ପାଇଁ କିଏ ସମ୍ପର୍କୀୟଙ୍କୁ କିଏ ପିଟି ପିଟି ମାରିଛି ତ ଆଉ କେଉଁଠି ପୂର୍ବ ବିବାଦରୁ ହୋଇଛି ହତ୍ୟାକାଣ୍ଡ।
ସୂଚନାଯୋଗ୍ୟ, କନ୍ଧମାଳର ତୁମୁଡ଼ିବନ୍ଧ ବୁଦୁଲିପଦର ଘାଟି ରାସ୍ତା ତଳେ ଦୁଇ ଦୁଇଟି ରକ୍ତାକ୍ତ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ଯୁବକଙ୍କ ମୁଣ୍ଡକୁ କେହି ଖଣ୍ଡାରେ ହାଣିବା ଭଳି ଗଭୀର କ୍ଷତ ହୋଇଛି। ଆଜି ସକାଳୁ ଏଭଳି ବିଭତ୍ସ ଅବସ୍ଥାରେ ଦୁହିଁଙ୍କ ମୃତେଦହ ମିଳିବା ପରେ ଉଭୟଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି। ହତ୍ୟାକାରୀଙ୍କୁ ଧରିବା ଦାବିରେ ଅଞ୍ଚଳବାସୀ ଜାତୀୟ ରଜାପଥକୁ ଅବରୋଧ କରିଥିବା ଜଣାପଡ଼ିଛି। ସେହିପରି ଖୋର୍ଦ୍ଧା ବୋଲଗଡ଼ ଥାନା ଖାରଡ଼ପଲ୍ଲୀ ଗାଁ’ରେ କାଲି ରାତିରେ ହତ୍ୟାର ଶିକାର ହୋଇଛନ୍ତି ସେହି ଗାଁ’ର ସତ୍ୟସୁନ୍ଦର ବେହେରା। ଏଠି ବି ହତ୍ୟାକାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକ କରିଛନ୍ତି ଗାଁ ଲୋକେ।