ଡେଲିଭରୀ ବୟଙ୍କ ବେକରେ ବେଲ୍ଟ ପକାଇ ଲୁଟ ଉଦ୍ୟମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଡେଲିଭରୀ ବୟଙ୍କ ମରଣାନ୍ତକ ଆକ୍ରମଣ କରି ଲୁଟିବାକୁ ପ୍ରୟାସ। ବେକରେ ବେଲ୍ଟ ଲଗାଇ ଟାଣି ଟାଣି ଜଙ୍ଗଲ ମଧ୍ୟକୁ ନେଇ କରିଥାନ୍ତେ ଲୁଟ। ୩୪ ହଜାର ଟଙ୍କାର ମୋବାଇଲ ପାଇଁ ଇ-କାର୍ଟ ଡେଲିଭରୀ ବୟଙ୍କୁ ହତ୍ୟା ଉଦ୍ୟମ। ଏଭଳି ଏକ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ ବହାର୍ଦା ଗାଁରେ। ଲୁଟକୁ ଭିଫଳ କରିଛନ୍ତି ସ୍ଥାନୀୟ ଲୋକେ। ଲୁଟ ସମୟରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଲୁଟେରାଙ୍କୁ ଅଟକ ରଖିବା ସହ ଡେଲିଭରୀ ବୟକୁ ଉଦ୍ଧାର କରିଥିଲେ। ଡେଲିଭରୀ ବୟଙ୍କ ନାମ ହେଉଛି ନିର୍ମାଲ୍ୟ।
ସୂଚନା ଅନୁଯାୟୀ, ନିର୍ମାଲ୍ୟ ଦାସ କମର୍ଦା ଥାନା ଅନ୍ତର୍ଗତ ବହାର୍ଦା ଗ୍ରାମକୁ ଏକ ୩୪ ହଜାର ଟଙ୍କାର ମୋବାଇଲ ଡେଲିଭରୀ ପାଇଁ ଯାଇଥଲେ। ମାତ୍ର ଅର୍ଡର ମଗାଇ ଥିବା ଯୁବକ ମୋବାଇଲ ନେବାପରେ ତାଙ୍କ ସହଯୋଗୀ ପଛପଟୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ବେଲ୍ଟ ରେ ବେକରେ ବାନ୍ଧି ନିକଟରେ ଥିବା ଜଙ୍ଗଲ ମଧ୍ୟକୁ ନେଇଥିଲେ । ଘଟଣା କୁ ଜଣେ ସ୍ଥାନୀୟ ବାସିନ୍ଦା ଦେଖି ଗ୍ରାମବାସୀଙ୍କୁ ଖବର କରିଥିଲେ । ଗ୍ରାମବାସୀ ଦୁଇ ଯୁବକଙ୍କୁ ଅଟକ ରଖିଥିବା ବେଳେ ନିର୍ମାଲ୍ୟଙ୍କୁ ଉଦ୍ଧାର କରି ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଇଛି।