ଦୁର୍ଘଟଣାରେ ଆଗ ମାଆ ଓ ଏବେ ପୁଅର ଜୀବନ ଗଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି କଟକ ତେଲେଙ୍ଗାପେଣ୍ଠ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ । ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରାଧନଙ୍କ ପୁଅ ଅଙ୍କୁର ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ପୁଲିସ୍‌ ସ୍ପଷ୍ଟ କରିଛି। ଏହା ପୂର୍ବରୁ ସାଂସଦଙ୍କ ପତ୍ନୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ, ଆଜି ଭୋରରୁ ୧୬ ନମ୍ବର ଜାତୀୟ ରାଜପଥ କଟକ ତେଲେଙ୍ଗାପେଣ୍ଠ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା । ଭାରସାମ୍ୟ ହରାଇ ରାସ୍ତାକଡ଼ କେନାଲକୁ ଏକ ଜାଗୁଆର୍ କାର୍ ପଶି ଯାଇଥିଲା। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଗାଡିଟି ପାଣିରେ ବୁଡି ରହିଥିବା ବେଳେ ପୁଲିସ୍‌ ପହଞ୍ଚି ଗାଡିରେ ଥିବା ୩ଜଣଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲା ।

Leave a comment