୨୬କୁ ଘୁଂଚିଲା ଦିଲ୍ଲୀପ ରାୟଙ୍କ ଦଣ୍ଡ ଶୁଣାଣି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ
ଦଣ୍ଡ ଶୁଣାଣି ୨୬କୁ ଘୁଂଚିଲା।
ସୂଚନାଯୋଗ୍ୟ, ଗତ ୬ ତାରିଖରେ ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ଦିଲ୍ଲୀପଙ୍କ ସମେତ ଦୁଇ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
ବାଜପେୟୀ ସରକାରରେ ଦିଲ୍ଲୀପ ରାୟ କୋଇଲା ମନ୍ତ୍ରୀ ଥିଲେ । ୧୯୯୯ରେ ଝାଡ଼ଖଣ୍ଡ ଗିରିଡିହରେ ଥିବା ବ୍ରହ୍ମଡିହା କୋଇଲା ଖଣିକୁ ବେଆଇନ ଭାବେ ସିଟିଏଲ ବା କାଷ୍ଟ୍ରୋନ ଟେକନୋଲୋଜି ଲିମିଟେଡକୁ ଆବଣ୍ଟନ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଆବଣ୍ଟନ ବେଳେ ଅନେକ ଅନିୟମିତତା ହୋଇଥିଲା । ତେବେ ଆଜି କୋର୍ଟଙ୍କ ଦଣ୍ଡ ଶୁଣାଣି ଉପରେ ସମସ୍ତଙ୍କର ନଜର ରହିଛି ।