ନିଖୋଜ ଛାତ୍ରଙ୍କୁ ଖୋଜିବାକୁ ଯାଇ ଉଦ୍ଧାର କଲେ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଗ୍ନିଶମ କର୍ମଚାରୀ ନିଖୋଜ ଥିବା ୟୁନିଟ-୯ ର ୨ ଛାତ୍ର ଙ୍କୁ ଖୋଜୁଥିବା ସମୟରେ ଜଣେ ଛାତ୍ର କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ କୁ ପଠାଇଥିଲେ । ତେବେ ଅନ୍ୟ ଜଣେ ଛାତ୍ର କୁ ଖୋଜୁ ଥିବା ସମୟରେ ଜଣେ ମହିଳା ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପ୍ରତ୍ୟକ୍ଷଦର୍ଶୀ ଙ୍କ କହିବା ଅନୁଯାୟୀ ଉକ୍ତ ମହିଳା ଜଣକ ଫୋନରେ କଥା ହୋଇ ବ୍ରିଜ ଉପରେ ଯାଉଥିବା ସମୟରେ ହଠାତ କୂଅଖାଇ ନଦୀକୁ ଡେଇଁ ପଡ଼ିଥିଲେ । ସୌଭାଗ୍ୟ ବଶତଃ ଅଗ୍ନିଶମ କର୍ମଚାରୀ ସେଠରେ ନିଖୋଜ ଥବା ଛାତ୍ର କୁ ଖୋଜୁ ଥିବାରୁ ଉକ୍ତ ମହିଳା ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାରିଥିଲେ । ତେବେ ମହିଳା ଜଣକ ଙ୍କ ନାଁ କାଞ୍ଚନ । ସେ ହୋମଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ ଓ ନିଲମ୍ବିତ ହୋଇଥିଲେ।

Leave a comment