ଭାରସାମ୍ୟ ହରାଇ ଡିଭାଇଡର ରେ ମାଡ଼ ହେଲା ବସ, ୫ ଆହତ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର କଳ୍ପନା ସ୍କ୍ୱାର୍ ରେ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ରେ ୫ ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଆଜି ସକାଳ ୧୧:୧୫ ସମୟରେ ପୁରୀ ରଥଯାତ୍ରା ରୁ ଯାତ୍ରୀ ନେଇ ଫେରୁଥିବା ସାଇ (0R 02 L5697) ନମ୍ବର ବସ ର ବ୍ରେକ ଫେଲ ହୋଇଯିବାରୁ ଭୁବନେଶ୍ୱର କଳ୍ପନା ଠାରେ ଭାରସାମ୍ୟ ହରାଇ ଡିଭାଇଡର ରେ ମାଡ଼ ହୋଇଥିଲା । ଡ୍ରାଇଭର ର ଉପସ୍ଥିତ ବୁଦ୍ଧି ରୁ ଏକ ବଡ଼ ଦୁର୍ଘଟଣା କୁ ଏଡ଼ାଇ ଦିଆଯାଇପାରିଛି । କାରଣ ଆଗରେ ଟ୍ରାଫିକ ପୋଷ୍ଟ ରେ ଅନେକ ଗାଡି ଠିଆ ହୋଇ ରହିଥିଲା । ଯଦି ଡ୍ରାଇଭର ଗାଡ଼ିଟି ଡିଭାଇଡର ରେ ମାଡ଼ ନକରାଇ ଥାନ୍ତେ ତେବେ ଅନେକ ଲୋକ ଓ ଟ୍ରାଫିକ ପୋଲିସ ଉପରେ ବସ ଚଢି ଯାଇଥାନ୍ତା । ଏହି ଦୁର୍ଘଟଣା ରେ ୫ ଜଣ ଯତ୍ରୀ ଆହତ ହୋଇଛନ୍ତି । କଳ୍ପନା ସ୍ଥିତ ଅଗ୍ନିଶମ ବିଭାଗର କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

Leave a comment