ଅଧ୍ୟୟନ ଏକ ନିରନ୍ତର କାର୍ଯ୍ୟ, କୋଭିଡ୍ ପରେ ଭାବର ଆଦାନପ୍ରଦାନ ଅତ୍ୟାବଶ୍ୟକ ଦକ୍ଷତା ଭାବେ ପରିଗଣିତ ହେବ: କ୍ରିଷ୍ଟିନା ର୍ୟୁଗେଇରୋ , ସିଇଓ କୋକା-କୋଲା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋଭିଡ୍ ମହାମାରୀ ପରେ ସମଗ୍ର ବିଶ୍ୱରେ ଭାବର ଆଦାନପ୍ରଦାନ ବ୍ୟବସ୍ଥା ଏକ ଆତ୍ୟାବଶ୍ୟକ ଦକ୍ଷତା ଭାବେ ପରିଗଣିତ ହେବ । ଏସମ୍ପର୍କରେ ଭାରତର ଶ୍ରେଷ୍ଠ ଏଫ୍ଏମ୍ସିଜି କମ୍ପାନୀ ହିନ୍ଦୁସ୍ଥାନ କୋକା-କୋଲା ବେଭ୍ରେଜ୍ର ସିଇଓ କ୍ରିଷ୍ଟିନା ର୍ୟୁଗେଇରୋ ପ୍ରକାଶ କରିଛନ୍ତି । ଅପ୍ଗ୍ରେଡ୍ ପକ୍ଷରୁ ‘ଇମ୍ପୋଟାନ୍ସ୍ ଅଫ୍ ଲାଇଫ୍ ଲଙ୍ଗ୍ ଲର୍ଣ୍ଣିଂ’ ସମ୍ପର୍କିତ ଏକ ଇଂଟରନେଟ୍ ଆଲୋଚନା ଚକ୍ରରେ ଯୋଗଦେଇ ସେ ଏଭଳି ମତପୋଷଣ କରିଛନ୍ତି । ଏନେଇ ସେ ସିରିଏଲ୍ ଏଂଟ୍ରପ୍ୟୁନର ରୋନୀ ସ୍କ୍ରିୟୁୱାଲା ଏବଂ ଅପ୍ଗ୍ରେଡ୍ ସିଇଓ ଅର୍ଜୁନ ମୋହନଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ କ୍ରିଷ୍ଟିନା ର୍ୟୁଗେଇରୋ କହିଲେ, ଲୋକଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେପ୍ଟେମ୍ବରରେ ଏନେଇ ଆମେ ବହୁ ଅଧ୍ୟୟନ କରିଛେ । ଭାବର ଆଦାନ ପ୍ରଦାନ କ୍ଷେତ୍ରରେ ଆମେ ଅନେକ ପଦକ୍ଷେପ ଗ୍ରହଣ କରିପାରିବା । ଏହା ଇଂରାଜୀ ଭାଷାଠାରୁ ବି ଉର୍ଦ୍ଧ୍ୱରେ । ଭାବର ଆଦାନ ପ୍ରଦାନ କ୍ଷେତ୍ରରେ ମନର ଭାବନା ଏବଂ ବୁଦ୍ଧିକୁ ମୁଖ୍ୟତଃ ଗ୍ରହଣ କରାଯାଇଥାଏ । ମୁଁ ଏନେଇ ସମସ୍ତଙ୍କୁ ଉତ୍ସାହିତ କରିବି ଯେ, ଭାବର ଆଦାନ ପ୍ରଦାନ କିପରି ସହଜରେ ହୋଇପାରିବ ସେସମ୍ପର୍କରେ ସେମାନେ କିଛି ସମୟ ଚିନ୍ତା କରିବାର ଆବଶ୍ୟକତା ରହିଛି । ଭାବର ଆଦାନ ପ୍ରଦାନରେ କିଛି ତଥ୍ୟ ରହିଲେ ଏହା ବେଶ୍ ସହଜ ହୋଇପାରିଥାଏ । ଭଲ ଭାବର ଆଦାନ ପ୍ରଦାନ ଚାକିରି ଆଶାୟୀ ଅବା କର୍ମଜୀବୀଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତନ ଆଣିପାରିଥାଏ ।
ଜୀବନ ସାରା ଅଧ୍ୟୟନ କରିବା ଦ୍ୱାରା ନିଜର ଅଭିଜ୍ଞତାରେ ବୃଦ୍ଧି ଘଟିଥାଏ । ଏହି ଅବସରରେ କ୍ରିଷ୍ଟିନା ସେ କିଭଳି ୫୫ଟି ବିଭିନ୍ନ ଦେଶରେ କାର୍ଯ୍ୟ କରିବା ସମୟରେ ଜୀବନ ବିତାଉଥିଲେ ତାହା ସମ୍ପର୍କରେ ବଖାଣିଛନ୍ତି । ସେ ବହୁ ଅଧ୍ୟୟନ ଶିବିରରେ ଯୋଗଦେଇଥିବା କହିଛନ୍ତି । ଅଧ୍ୟୟନ ଏକ ନିରନ୍ତର କାର୍ଯ୍ୟ ବୋଲି କ୍ରିଷ୍ଟିନା ପ୍ରକାଶ କରିଛନ୍ତି । ପାଠ୍ୟକ୍ରମ, ଇଂଟରନେଟ୍ ମାଧ୍ୟମରେ ଆଲୋଚନା, ସାଙ୍ଗ ସାଥିଙ୍କଠାରୁ ତଥ୍ୟ ଗ୍ରହଣ, ଅଭିଜ୍ଞଙ୍କଠାରୁ ଶିକ୍ଷା ଗ୍ରହଣ, ଦକ୍ଷତା ବିକାଶ ପାଇଁ ଅଭ୍ୟାସ ଦ୍ୱାରା ଏଥିରେ ବହୁ ପରିବର୍ତନ ଆସିଥାଏ । ତେଣୁ ଏପରିସ୍ଥଳେ କୌଣସି ନିର୍ଦ୍ଦିଷ୍ଟ ବିଷୟ ଉପରେ ଅଧ୍ୟୟନ କରିବା ପ୍ରର୍ଯ୍ୟାପ୍ତ ନୁହେଁ । ସାମ୍ପ୍ରତିକ ପୃଥିବୀରେ ଜେନେରାଲିଷ୍ଟ ଅବା ସ୍ପେଶାଲିଷ୍ଟ୍ ଉଭୟଙ୍କ ମଧ୍ୟରେ ସୃଜନଶୀଳତା ରହିଥାଏ । ମନରେ ଏକ ଜାଣିବାର ଆଗ୍ରହ ଯୋଗୁ ଏହା ସମ୍ଭବ ହୋଇପାରିଥାଏ ।
ଭାବର ଆଦାନ ପ୍ରଦାନ ପାଇଁ ଜଣେ ଆବଶ୍ୟକ, ଅଥବା ଜୀବନ ସହିତ ଅନ୍ତରଙ୍ଗ ଭାବେ ଜଡ଼ିତ ଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ପ୍ରକାଶ କରିବା ଦ୍ୱାରା ଆମର ପେଶାଦାର କିମ୍ବା ବ୍ୟକ୍ତିଗତ ଜୀବନରେ ଏକ ସୁଧାର ଆସିପାରିଥାଏ ବୋଲି ସେ କହିଛନ୍ତି । ଏହି ଇଂଟରନେଟ୍ ଆଲୋଚନା ଚକ୍ରରେ ୧,୦୦୦ରୁ ଅଧିକ ଯୋଗଦେଇଥିଲେ । ସେହିପରି ବହୁ ଲୋକ ଏହାକୁ ଡିଜିଟାଲ ଚ୍ୟାନେଲରେ ଦେଖିଥିଲେ ।