ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲୀଙ୍କ ପ୍ରମୁଖ ସହଯୋଗୀ ତଥା ଶାର୍ପ ସୁଟର ବାବୁ ସାହୁ ଓରଫ ଭବାନୀଶଙ୍କର ସାହୁ(୨୮) ସୋମବାର ଭୋର ସମୟରେ ଜିଲ୍ଲା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ଓ ଟାଉନ ପୋଲିସ ର ଏନ୍‌କାଉଣ୍ଟର ର ଶିକାର ହୋଇଛନ୍ତି। ବାବୁଙ୍କ ଡାହାଣ ଗୋଡ଼ ଆଣ୍ଠୁ ତଳକୁ ଗୋଟିଏ ଗୁଳି ବାଜିଛି। ତାକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବାବୁ ନାମରେ ହତ୍ୟା, ଦାଦାବଟି ମାଗିବା, ବୋମା ଫିଙ୍ଗିବା ଭଳି ୫୦ରୁ ଊର୍ଦ୍ଧ୍ୱ ମାମଲା ରହିଛି । ଜୁନ୍‌ରେ ଟିଟୋଙ୍କୁ ଗିରଫ କରାଯିବା ପରେ ବାବୁ ଜିଲ୍ଲା ପୋଲିସର ମୋଷ୍ଟ ଓ୍ବାଣ୍ଟେଡ୍‌ ଲିଷ୍ଟରେ ଥିଲା । ସୋମବାର ସେ ପାରାଦୀପରୁ ଟାଉନ ଥାନା ଅନ୍ତର୍ଗତ ବାସୁଳେଇ ଗଳିରେ ଥିବା ନିଜ ଘରକୁ ଆସୁଥିବା ସମୟରେ ଭୋର ୪ଟା ୩୫ରେ ଛ’ ଘରିଆ-ଇଚ୍ଛାପୁର ରାସ୍ତାର କଲଭର୍ଟ ନିକଟରେ ଏନ୍‌କାଉଣ୍ଟର ହୋଇଥିଲା । ବାବୁଙ୍କ ପକ୍ଷରୁ ୩ଟି ଗୁଳି ଚଳାଯାଇଥିବାବେଳେ ପୋଲିସ ୨ଟି ଗୁଳି ଚଳାଇଥିଲା । ପୋଲିସ ଗୁଳି ବାବୁର ଗୋଡ଼ରେ ବାଜିବାରୁ ସେ ଆହତ ହେଇଥିଲା । ବାବୁଙ୍କ ନିକଟରୁ ପୋଲିସ ଗୋଟିଏ ଆପାଚି ବାଇକ୍‌, ଗୋଟିଏ ମାଉଜର ଜବତ କରିଥିବା ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା କହିଛନ୍ତି।

Leave a comment