ଭୁବନେଶ୍ୱର ରେ ବଡଧରଣର ଅଗ୍ନିକାଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳ ପ୍ରାୟ ୬:୨୦ ରେ ଭୁବନେଶ୍ୱର ଝାରପଡ଼ା ନିକଟରେ ରେ ଥିବା ଷ୍ଟୋରେଜ ହୋଉସ ରେ ନିଆଁ ଲାଗିଯାଇଛି ।

ନିଆଁ ଲାଗିବା ଦ୍ୱାରା ସେଠାରେ ଥିବା ସିଟ ଫୋମେ, ରବର ଜିନିଷ, କପଡ଼ା, ଅଗରବତି, ରଙ୍ଗ, ମେସିନାରୀ ଜିନିଷ ଓ ଅନ୍ୟ କେମିକାଲ ଆଦି ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ର ୪ଟି ଟିମ ସେଠାରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ଷ୍ଟୋରେଜ ହୋଉସରେ ପ୍ରାୟତଃ ନିଆଁ କୁ ସହାୟ ହେଲା ପରି ଜିନିଷ ମହଜୁଦ ଥିବାରୁ ୨୨ ଜଣ ବିଶିଷ୍ଟ ଏହି ଦମକଳ ବାହିନୀ କୁ ନିଆଁ ଆୟତ୍ତ କରିବାକୁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା ।

ସର୍ଟ ସର୍କିଟ ରୁ ଏହି ଅଗ୍ନି କାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ସୂଚନା ଅନୁସାରେ ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ମଧ୍ୟ ଏଠାରେ ନିଆଁ ଲାଗିଥିଲା ।

Leave a comment