ଆଜି ନିଟ୍: ରାଜ୍ୟର ୩୭ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ନ୍ୟାସନାଲ୍ ଟେଷ୍ଟ୍ରିଂ ଏଜେନ୍ସି(ଏନ୍ଟିଏ) ଦ୍ୱାରା ପରିଚାଳିତ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସଟେଷ୍ଟ(ଏନ୍ଇଇଟି)ୟୁଜି ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଡାକ୍ତରୀ ପାଠ୍ୟକ୍ରମ ଏମ୍ବିବିଏସ୍ ଏବଂ ବିଡିଏସ୍ରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେବେ।
ସୂଚନାଯୋଗ୍ୟ, ଆଜି ଅପରାହ୍ଣ ୨ଟାରୁ ପରୀକ୍ଷା ଆରମ୍ଭ ହୋଇ ୫ଟାରେ ସରିବ। ତେବେ କୋଭଡ୍-୧୯ କଟକଣା ପାଳନ କରାଯାଇ ପରୀକ୍ଷା ପରିଚାଳନା କରାଯାଉଥିବାରୁ ପରୀକ୍ଷାର୍ଥୀ ୨ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି। ଅପରପକ୍ଷରେ ରାଜ୍ୟ ସରକାର ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ମାଗଣା ପରିବହନ ସେବା ଏବଂ ରହଣି ବ୍ୟବସ୍ଥା କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କରୋନାକୁ ଭୟ ନକରି ନିଟ୍ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।