ଭୁବନେଶ୍ୱର ସତସଙ୍ଗ ବିହାର ସମ୍ମୁଖରେ ଦୁର୍ଘଟଣା, ୩ମୃତ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସତସଙ୍ଗ ବିହାର ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣା ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ କୁମାର ଚନ୍ଦନ, ଦେବାଶିଷ ମିଶ୍ର ଓ ପର୍ଶୁରାମ ହରିଚନ୍ଦନ।

ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ଗୋଟାଏ ବେଳେ ଭୁବନେଶ୍ୱର ର ସତସଙ୍ଗ ବିହାର ଛକ ସମ୍ମୁଖରେ ଏକ କାର (ଓଡ଼ି ୦୨ ଏ ୟୁ ୦୫୭୧ ) ଭାରସାମ୍ୟ ହରାଇ ଏକ ଟ୍ରଲର କୁ ପଛପଟୁ ଧକ୍କା ଦେଇଥିଲା । କାର୍‌ଟି ଜୟଦେବ ବିହାରରୁ ରସୁଲଗଡ଼ ଆଡ଼କୁ ଦ୍ରୁତ ଗତିରେ ଯାଉଥିଲା । ଦୁର୍ଘଟଣା ଟି ଏତେ ତୀଵ୍ରଥିଲା ଯେ କାର ଟିର ସମୁଖ ଭାଗ ଟ୍ରଲର ଭିତରକୁ ପସିଯାଇଥିଲା । ଏପରିକି କାର୍‌ଟିର କିଛି ଅଂଶରେ ନିଆଁ ଲାଗି ଯାଇଥିଲା । ଏହି ନିଆଁ ମୃତକଙ୍କ ଦେହରେ ଲାଗିଯିବାରୁ ସେମାନେ ମଧ୍ୟ ପୋଡ଼ି ଯାଇଛନ୍ତି । ସହିଦନଗର ପୋଲିସ ଓ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ସହାୟତାରେ କାର ମଧ୍ୟରୁ ୩ ଜଣଙ୍କୁ ବାହାର କରାଯାଇଥିଲା । ତେବେ ଘଟଣା ସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକେ ଆମ୍ବୁଲାନ୍ସ କୁ ଫୋନ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ନ ଆସିବାରୁ ପିସିଆର ଭ୍ୟାନ ସାହାଯ୍ୟରେ ରେ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହି ତୃତୀୟ ବ୍ୟକ୍ତିଟି ର ମଧ୍ୟ ମୃତ୍ୟୁ ଘଟିଥିଲା ।

Leave a comment