ସଟ୍ ସର୍କିଟରେ ମୃତ ଅମିନ ପ୍ରଧାନଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ସଞ୍ଜୟ ଦାସବର୍ମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ସଦର ବ୍ଲକର ହନ୍ତୁକ ପଞ୍ଚାୟତର ବାଣିଆକେରା ଗ୍ରାମର ଅମୁଲ୍ୟ ପ୍ରଧାନ ପିତା ଅମିନ ପ୍ରଧାନ ଗତକାଲି ଇଲେକ୍ଟ୍ରିକ ସଟ୍ ସର୍କିଟ ରେ ସେ ପ୍ରାଣ ହରାଇଥିଲେ । ଆଜି ୩.୩୦ ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ତାଙ୍କ ଗ୍ରାମରେ ପହଞ୍ଚି ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଉକ୍ତ ଗ୍ରାମବାସୀ ଏବଂ ତାଙ୍କ ପରିବାରର ବର୍ଗଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବେକୁ ନିର୍ଭର ଯୋଗ୍ୟ ପ୍ରତିଶୃତି ଦେଇଛନ୍ତି ।