ରୁଷ ସାଧାରଣ ଲୋକଙ୍କ ପାଇଁ ଜାରି କଲା ସ୍ପୁଟନିକ୍-ଭି’ ର ପ୍ରଥମ ବ୍ୟାଚ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୁସି ଖବର। ବିଶ୍ବ କରୋନା ସହ ଲଢ଼ିୁଥିବା ବେଳେ ରୁଷ ଆଣିଛି ଆଶ୍ବସ୍ତିକର ଖବର। ରୁଷ ତାର କରୋନା ଭ୍ୟାକସିନ ‘ସ୍ପୁଟନିକ୍-ଭି’ର ପ୍ରଥମ ବ୍ୟାଚ୍ ସାଧାରଣ ଲୋକଙ୍କ ପାଇଁ ଜାରି କରିଛି। ରୁଷ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହି ସୂଚନା ଦେଇଛନ୍ତି। ସ୍ପୁଟନିକ ଭି ପ୍ରଥମ ବ୍ୟାଚ୍‌ରେ କ୍ବାଲିଟି ଟେଷ୍ଟରେ ପାସ୍ କରିଛି। ଯାହାପରେ ଏବେ ସିଭିଲ ସର୍କୁଲେସନ୍ (ସାଧାରଣ ଜନତା)ଙ୍କ ପାଇଁ ଜାରି କରାଯାଇଛି। ରୁଷ ମନ୍ତ୍ରାଳୟ ସ୍ପୁଟନିକ୍ ଭିକୁ କରୋନା ବିରୋଧରେ ବିକଶିତ ହୋଇଥିବା ପ୍ରଥମ ଟିକା ଭାବେ ଅଗଷ୍ଟ ୧୧ରେ ପଞ୍ଜିକୃତ କରିଥିଲେ।

ସୂଚନାଯୋଗ୍ୟ କରୋନା ଭାଇରସ ବିରୋଧରେ ବିକଶିତ ହୋଇଥିବା ବିଶ୍ବର ଏହି ପ୍ରଥମ ଭ୍ୟାକସିନକୁ ସରକାରୀ ମଞ୍ଜୁରି ମିଳିବା ପରେ ଅନେକ ବିଶେଷଜ୍ଞ ଏହାକୁ ନେଇ ନାନା ପ୍ରଶ୍ନ ଉଠାଇ ଥିଲେ। ସେମାନେ କହିଥିଲେ ଭ୍ୟାକସିନକୁ ଉଚିତ୍ ପରୀକ୍ଷଣ ବିନା ମଞ୍ଜୁରୀ ମିଳିଛି। ରୁଷ ଭ୍ୟାକସିନ ତିଆରି କରିବା ଲକ୍ଷ୍ୟରେ ନିଜକୁ ଆଗରେ ରଖିବାକୁ ଚେଷ୍ଟା କରି ଟିକା ଆଣିଛି। ଅନ୍ୟପକ୍ଷେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବୈଜ୍ଞାନିକ ମାନେ କହିଥିଲେ ଭ୍ୟାକସିନ ସହିତ ସେମାନେ ରୁଷ ସହ କଥା ହୋଇଛନ୍ତି କିନ୍ତୁ ଏଯାଏଁ ‌ସେମାନଙ୍କୁ ବିସ୍ତୃତ ତଥ୍ୟ ମିଳିପାରି ନାହିଁ।

Leave a comment