୫ ଘଣ୍ଟା ଲାଏ ଡିଟେକସନ ଟେଷ୍ଟରେ ୧୦୦ରୁ ଉର୍ଦ୍ଧ୍ବ ପ୍ରଶ୍ନରେ ଘାଇଲା ହେଲେ ବିଦ୍ୟାଶ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସମାଜ ସେବୀ ଆଦିତ୍ୟ ଦାସ ମୃତ୍ୟୁ ରହସ୍ୟ ଖୋଜି ବାହାର କରିବା ପାଇଁ ପତ୍ନୀ ବିଦ୍ଯାଶ୍ରୀଙ୍କ ହେଲା ଲାଏ ଡିଟେକସନ ଟେଷ୍ଟ। ଦୀର୍ଘ ୫ ଘଣ୍ଟା ଧରି ଭୁବନେଶ୍ବର ରସୁଲଗଡ ନିକଟ ରାଜ୍ୟ ଫରେନସିକ ଲାବରେ କରାଗଲା ଟେଷ୍ଟ। ତୁହାକୁ ତୁହା ୧୨୬ଟି ପ୍ରଶ୍ନ ରଖାଯାଇଥିଲା ବିଦ୍ଯାଶ୍ରୀଙ୍କ ସାମ୍ନାରେ। ବିଦ୍ଯାଶ୍ରୀଙ୍କ ଉତ୍ତର ବେଳେ ତାଙ୍କ ହାର୍ଟ ବିଟ ଓ ରକ୍ତ ଚାପ ରେକର୍ଡ କରାଯାଇଛି। ଏସବୁ ଏବେ କଏଦ ହୋଇଛି ମେସିନରେ। ଯାହାକୁ ଆଧାର କରି ରିପୋର୍ଟ ପ୍ରସ୍ତୁତ କରିବେ ଫରେନସିକ ଲ୍ଯାବର ସେହି ଅଧିକାରୀ। ତଦନ୍ତର ଏତେ ଦିନ ପରେ କାହିଁକି ଦରକାର ପଡିଲା ଲାଏ ଡିଟେକସନ ଟେଷ୍ଟ। ଯଦିଓ ଏହି ଟେଷ୍ଟ କୋର୍ଟରେ ଗ୍ରହଣୀୟ ନୁହେଁ ତଥାପି କଣ ଜାଣିବାକୁ ଚାହୁଁଚି କ୍ରାଇମବ୍ରାଞ୍ଚ। ଏତେସବୁ ପରେ ଆଦିତ୍ୟଙ୍କ ମୃତ୍ୟୁର ପର୍ଦାଫସ କେବେ ହେଉଛି ତାହା ଦେଖିବା ବାକି ରହିଲା।

Leave a comment