ବିଶ୍ୱରେ ୧୭୨ଟି ଦେଶ କୋଭିଡ୍ ଭ୍ୟାକସିନ ତିଆରି କରୁଛନ୍ତି : ‘ହୁ’
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସାରା ବିଶ୍ୱରେ ୧୭୨ଟି ଦେଶ କୋଭିଡ୍ ଭ୍ୟାକସିନ ପାଇଁ କାର୍ଯ୍ୟ କରୁଥିବା ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ମୁଖ୍ୟ ଟେଡ୍ରୋସ ଏଡନାମ୍ ଘେବ୍ୟେଇୟସ୍ ସୋମବାର ସୂଚନା ଦେଇଛନ୍ତି। ଏହି ଦେଶମାନେ ନିରପେକ୍ଷ ଏବଂ ନ୍ୟାୟସଂଗତ ଭାବେ କମ ସମୟ ମଧ୍ୟରେ କିଭଳି ସାରା ବିଶ୍ୱରେ କୋଭିଡ୍ ଭ୍ୟାକସିନ୍ ପହଞ୍ଚିପାରିବ ସେ ଦିଗରେ କାର୍ଯ୍ୟ କରୁଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୯ଟି ଟିକା ବାହାର କରାଯାଇଛି ଏବଂ ସେ ସମ୍ପର୍କରେ ସମୀକ୍ଷା କରାଯାଉଛି। ଆଗକୁ ଆଉ ୪ଟି ଉତ୍ପାଦକ ଦେଶଙ୍କ ସହ ବିଚାରବିମର୍ଶ କରାଯାଉଛି। ନିମ୍ନ, ମଧ୍ୟମ ଏବଂ ଧନୀ ଦେଶକୁ କିଭଳି ଭାବେ ଠିକ୍ ସମୟ ମଧ୍ୟରେ ଭ୍ୟାକସିନ ମିଳିପାରିବ, ସେ ସମ୍ପର୍କରେ ଆବଣ୍ଟନ ଢାଞ୍ଚା ମାଧ୍ୟମରେ ନିଶ୍ଚିତ କରାଯିବ। ତେଣୁ ଏଥିପାଇଁ ସମସ୍ତ ଦେଶ ଏକତ୍ର ହୋଇ କାର୍ଯ୍ୟ କରିବା ଦରକାର ବୋଲି ସଂଗଠନ ମୁଖ୍ୟ ଟେଡ୍ରୋସ୍ କହିଛନ୍ତି।