ଆଜିଠୁ ଯୁକ୍ତଦୁଇ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜିଠୁ ଯୁକ୍ତଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ସକାଳ ୧୧ଟାରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ । www.samsodisha.gov.in ମାଧ୍ୟମରେ କମନ୍‌ ଆପ୍ଲିକେସନ ଫର୍ମରେ ଛାତ୍ରଛାତ୍ରୀମାନେ କରିପାରିବେ ଆବେଦନ ।

ଆବେଦନ ଶେଷ ପରେ ସେପ୍ଟେମ୍ବର ୯ ତାରିଖ ସକାଳ ୧୧ଟାରେ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୧୧ତାରିଖରୁ ୧୮ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ ।ସେହିପରି ସେପ୍ଟେମ୍ବର ୨୩ ତାରିଖରେ ୨ୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ । ୨୪ ତାରିଖରୁ ୨୮ ତାରିଖ ମଧ୍ୟରେ ଏମାନେ ନାମ ଲେଖାଇ ପାରିବେ । ଶେଷରେ ଅକ୍ଟୋବର ୧ ତାରିଖରେ ସ୍ପଟ୍‌ ସିଲେକ୍ସନ ପାଇଁ ତାଲିକା ପ୍ରକାଶ ପାଇବ । ୧ ରୁ ୩ ତାରିଖ ମଧ୍ୟରେ ସ୍ପଟ୍‌ ନାମଲେଖା ପାଇଁ ସମ୍ପୃକ୍ତ କଲେଜରେ ନାମ ପଞ୍ଜୀକରଣ ହେବ । ୩ ତାରିଖରେ ଚୂଡାନ୍ତ ତାଲିକା ଆସିବା ପରେ ୫ ତାରିଖରେ ସ୍ପଟ୍‌ ଆଡମିଶନ ହେବ । ଚଳିତ ବର୍ଷ କୋରୋନାକୁ ଦୃଷ୍ଟିରେ ରଖି ଆବେଦନ ଫିକୁ ୧୦୦ଟଙ୍କା ହ୍ରାସ କରାଯାଇଛି ।

ଅନ୍ୟପଟେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବାବେଳେ ଆଜିଠାରୁ ରି-ଚେକିଂ ପାଇଁ ଆବେଦନ ହୋଇପାରିବ । ସେପ୍ଟେମ୍ବର ୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

Leave a comment