ଘାଟି ରୁ ଖସିଲା ବସ୍‌: ୧୪ ମୃତ, ୯ ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଋଷିକେଶ-ଗଙ୍ଗୋତ୍ରୀ ରାଜପଥ ର ସୂର୍ଯ୍ୟଧର ନିକଟରେ ଉତ୍ତରାଖଣ୍ଡ ପରିବହନ ନିଗମର ଏକ ବସ୍‌ ଆଜି ପ୍ରାୟ ୨୫୦ ମିଟର ଘାଟି ତଳକୁ ଖସି ପଡ଼ିଛି। ବସ୍‌ରେ ମୋଟ୍‌୨୫ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣା ରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡ ପରିବହନ ନିଗମର ଏକ ବସ୍‌ ଆଜି ଋଷିକେଶ-ଗଙ୍ଗୋତ୍ରୀ ରାଜପଥ ର ସୂର୍ଯ୍ୟଧର ନିକଟରେ ପ୍ରାୟ ୨୫୦ ମିଟର ଘାଟି ତଳକୁ ଖସି ପଡିଥିଲା । ଦୁର୍ଘଟଣା ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ
ଆହତଙ୍କୁ ଏମ୍ସ ନେବାକୁ ହେଲିକପ୍ଟରର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେବାସହ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଛନ୍ତି। ଏବଂ ଆହତଙ୍କୁ ମାଗଣା ଚିକିତ୍ସା ସହ ୫୦ ହଜାର ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି।

Leave a comment