ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିବା ରକ୍ତଦାତାଙ୍କୁ ଆନ୍ତରିକ ସାଧୁବାଦ : ସଞ୍ଜୟ ଦାସ ବର୍ମା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର କୁଶିବେଣ୍ଟି ଗ୍ରାମ ପଞ୍ଚାୟତର ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଗୋଲରାଠାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଯୋଗଦେଇ କହିଛନ୍ତି କରୋନା ମହାମାରୀର ଏହି କଠିନ ପରିସ୍ଥିତିରେ ସ୍ବେଚ୍ଛାକୃତ ଭାବରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଆନ୍ତରିକ ସାଧୁବାଦ। କେହି ଜଣେ ବି ବ୍ୟକ୍ତି ରକ୍ତ ଅଭାବରୁ ସ୍ବାସ୍ଥ୍ୟ ଗତ ସମସ୍ୟାରେ ସମୁଖୀନ ନ ହୁଅନ୍ତି ଏହା ଆମର କତ୍ତବ୍ୟ ଓ ଦାୟିତ୍ବ ।
ରକ୍ତଦାନ କ୍ଷେତ୍ରରେ ଜିବନ ବିନ୍ଦୁ କାର୍ଯ୍ୟକ୍ରମ ଲୋକଙ୍କ ଆଶା ଓ ଭରସା ସାଜିଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶା-ମୋ ପରିବାର ପୁରୀ ଜିଲ୍ଲା ସଂଯୋଜକ ତଥା ଜୀବନ ବିନ୍ଦୁ ପୁରୀ ଜିଲ୍ଲା ସଂଯୋଜକ ସୁଭାସିସ ଖୁଣ୍ଟିଆ, ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ୱାଇଁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ନଳୀନୀ ପ୍ରଭା ବରାଳ, ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା, ଯୁବ ନେତା କୃଷ୍ଣ ଚନ୍ଦ୍ର ରାଉତ ଓ ବ୍ରହ୍ମଗିରି ପଞ୍ଚାୟତ ର ସମିତି ସଭ୍ୟ ଯୁଧିଷ୍ଠିର ନାୟକ ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ରାଧାକାନ୍ତ ସାହୁ ବିବେକାନନ୍ଦ ସ୍କୁଲର ଫାଉଣ୍ଡର ସୁଧାକର ବେହେରା ପଞ୍ଚାୟତ ସଭାପତି ଜମ୍ବେଶ୍ଵର ସାହୁ ଯୁବ ନେତା ବୃନ୍ଦାବନ ପ୍ରଧାନ ପ୍ରମୁଖ ଉପସ୍ଥିତି ଥିଲେ ।