ଖୋର୍ଦ୍ଧା ଜିଲ୍ଲାପାଳ ହେଲେ ସନତ କୁମାର ମହାନ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପ୍ରଶାସନିକସ୍ତରରେ କେତେକ ଅଦଳବଦଳ ହୋଇଛି । ଓଡ଼ିଶା ସରକାର ସୋମବାର ଉଭୟ ଆଇଏଏସ୍ ଏବଂ ଓଏଏସ୍ ସ୍ତରରେ ଏକ ଅଦଳବଦଳ କରିଛନ୍ତି। ଏଥିରେ ଛଅଜଣ ଆଇଏଏସ୍ ଏବଂ ଓଏଏସ୍ ଅଧିକାରୀଙ୍କ ବଦଳି କରାଯାଇଛି। ଏମାନଙ୍କ ମଧ୍ୟରେ ଦୁଇଜଣଙ୍କୁ ଉପଜିଲ୍ଲାପାଳ ଭାବରେ ନିଯୁକ୍ତ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବଦଳି କରାଯାଇଛି। ତାଙ୍କୁ ବ୍ରହ୍ମପୁର ଚକବନ୍ଦୀ ଅତିରିକ୍ତ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ସନତ କୁମାର ମହାନ୍ତିଙ୍କୁ ଅବସ୍ଥାପିତ କରାଯାଇଛି । ଏହି କ୍ରମରେ କୀର୍ତ୍ତି ଭାସନ୍‌ ଭି. ଗଞ୍ଜାମ କୋଭିଡ୍‌ ପରିଚାଳନା ଓଏସଡି ଭାବେ ନିଯୁକ୍ତ ହୋଭଇଛନ୍ତି। ଅପରପକ୍ଷରେ ଜେ. ସୋନାଲଙ୍କୁ ଗଜପତି କୋଭିଡ୍‌ ପରିଚାଳନା ଓଏସଡି ଭାବେ ନିଯୁକ୍ତ କରାଯାଇଛି।

ଠିକ୍ ସେହିପରି ଶୁଭଙ୍କର ମହାପାତ୍ରଙ୍କୁ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ସୂର୍ଯ୍ୟାଂଶୀ ମୟୂର ବିକାଶ ଏବେ ସମ୍ବଲପୁର ନୂତନ ଉପଜିଲ୍ଲାପାଳ ହୋଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

Leave a comment