ଆଜି ରକ୍ଷା ବନ୍ଧନ; ଜାଣନ୍ତୁ ୫ଟି ପୌରାଣିକ ରୋଚକ କଥା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ହେଇଛି ପବିତ୍ର ରକ୍ଷା ବନ୍ଧନ। ବିପଦ ଆପଦରେ ସାରା ଜୀବନ ସୁରକ୍ଷା ଦେବା ପାଇଁ ଭଉଣୀ ଭାଇ ହାତରେ ପିନ୍ଧାଇଥାଏ ରକ୍ଷା ବନ୍ଧନର ଡୋରି । ତେବେ ଏହି ଦିନ ସକାଳୁ ଭଉଣୀ ଫୁଲ, ସିନ୍ଦୁର, ଚାଉଳ, ଧୂପ ଦୀପ, ମିଠା ଓ ରାକ୍ଷୀ ଧରି ଭାଇ ପାଖକୁ ଯାଇଥାଏ ରାକ୍ଷୀ ପିନ୍ଧାଇବା ପାଇଁ । ଭାଇର ଶୁଭ ମନାସିବା ସହ ସାରା ଜୀବନ ତାର ସୁରକ୍ଷା କରିବାର ପ୍ରତିଶ୍ରୁତି ଦେଇ ଭଉଣୀ ପିନ୍ଧାଇଥାଏ ହାତରେ ରାକ୍ଷୀ । ତେବେ ଏହି ରକ୍ଷା ବନ୍ଧନ କିଭଳି ଆରମ୍ଭ ହେଲା ଓ ଏହା ପଛର କାରଣ ଖୁବ୍ କମ୍ ଲୋକ ଜାଣିଥିବେ । ତେବେ ଆଜି ଆମେ ଆପଣଙ୍କୁ ଏହା ପଛର ୫ଟି ପୌରାଶିକ ରୋଚକ କଥା କହିବୁ । ଚାଲନ୍ତୁ ଜାଣିବା ସେହି ବିଷୟରେ…
ରାଜା ବଳୀ ଓ ମା’ ଲକ୍ଷ୍ମୀ ଆରମ୍ଭ କରିଥିଲେ ରକ୍ଷା ବନ୍ଧନ:
ରାଜା ବଳୀ ସବୁଠାରୁ ଦାନୀ ରାଜା ଥିବା ସହ ସେ ମହାପ୍ରଭୁ ବିଷ୍ଣୁଙ୍କୁ ମଧ୍ୟ ଆରଧନା କରୁଥିଲେ । ଦିନେ ମହାପ୍ରଭୁ ବିଷ୍ଣୁ ତାଙ୍କର ପରୀକ୍ଷା ନେବା ପାଇଁ ବାମନ ଅବତାରରେ ଆସି ତାଙ୍କ ନିକଟରେ ପହଂଚି ତିନି ପାଦର ଦାନ ମାଗିଥିଲେ । ଏହାପରେ ବିଷ୍ଣୁଙ୍କର ୨ପାଦରେ ସାରା ବ୍ରହ୍ମାଣ୍ଡ ଶେଷ ହୋଇଯାଇଥିବାବେଳେ ତୃତୀୟ ପାଦଟି ତାଙ୍କ ମୁଣ୍ଡ ଉପରେ ରଖିବାକୁ କହିଥିଲେ । ଏହିଭଳି ଭାବେ ରାଜା ବଳୀଙ୍କର ସମସ୍ତ ଧନ ସମ୍ପତି ଶେଷ ହୋଇଯାଇଥିଲା । ଫଳରେ ତାଙ୍କୁ ମର୍ତ୍ୟ ପୁରରେ ରହିବାକୁ ପଡିଥିଲା । ସେହି ସମୟରେ ରାଜା ବଳୀ ପ୍ରଭୁଙ୍କୁ ତାଙ୍କ ସହ ମର୍ତ୍ୟରେ ରହିବାକୁ କହିଥିଲେ । ତେବେ ଭକ୍ତଙ୍କ କଥାକୁ ରକ୍ଷା କରି ବିଷ୍ଣୁ ମର୍ତ୍ୟରେ ରହିବାକୁ ଲାଗିଲେ । ଯାହାକୁ କେବେ ବି ମା’ ଲକ୍ଷ୍ମୀ ସହ୍ୟ କରିପାରି ନ ଥିଲେ । ଫଳରେ ମା’ ଲକ୍ଷ୍ମୀ ଏକ ଗରୀବ ମହିଳା ବେଶ ଧାରଣ କରି ମର୍ତ୍ୟକୁ ଯାଇ ରାଜା ବଳୀଙ୍କ ହାତରେ ରାକ୍ଷୀ ପିନ୍ଧାଇଥିଲେ । ରାଜା ବଳୀ ଏହାର ପ୍ରତି ବଦଳରେ ତାଙ୍କ ପାଖରେ କିଛି ନାହିଁ ବୋଲି କହିଥିଲେ । ସେହି କ୍ଷଣି ମା’ ଲକ୍ଷ୍ମୀ ନିଜ ପ୍ରକୃତ ରୂପ ଧାରଣ କରି କହିଥିଲେ ଯେ, ତୁମ ପାଖରେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ରହିଛି । ତେବେ ମୋତେ ରାକ୍ଷୀ ବଳଦରେ ପ୍ରଭୁଙ୍କୁ ମର୍ତ୍ୟପୁରରୁ ଗମନ କରିବାକୁ ଦିଅନ୍ତୁ । ରାକ୍ଷୀ ବଦଳରେ ମା’ ଲକ୍ଷ୍ମୀଙ୍କୁ ରାଜା ବଳୀ ପ୍ରଭୁ ବିଷ୍ଣୁଙ୍କୁ ମର୍ତ୍ୟପୁରରୁ ଫେରି ଯିବାକୁ ଅନୁମତି ଦେଇଥିଲେ ।
ଶ୍ରୀକୃଷ୍ଣ ଓ ଦ୍ରୌପଦୀଙ୍କ ରକ୍ଷା ବନ୍ଧନ:
ଯେତେବେଳେ ଯୁଧିଷ୍ଠିତ ଇନ୍ଦ୍ରପ୍ରସ୍ଥରେ ରାଜସୂର୍ଯ୍ୟ ଯଜ୍ଞ କରୁଥିଲେ ସେହି ସମୟରେ ଶିଶୁପାଳ ମଧ୍ୟ ଉପସ୍ଥିତ ଥିଲେ । ଶିଶୁପାଳ ସେହି ସମୟରେ ଶ୍ରୀକୃଷ୍ଣଙ୍କ ଅପମାନ କରିଥିଲେ । ଫଳରେ ଶ୍ରୀକୃଷ୍ଣ ନିଜର ସୁଦର୍ଶନ ଚକ୍ର ସାହାଯ୍ୟରେ ତାଙ୍କୁ ବଧ କରିଥିଲେ । ସୁଦର୍ଶନ ଚକ୍ର ଫେରିବା ସମୟରେ ଭଗବାନ କୃଷ୍ଣଙ୍କ ଛୋଟ ଅଙ୍ଗୁଳିଟି ଅଳ୍ପ କଟି ଯାଇ ରକ୍ତ ବୋହିବାକୁ ଲାଗିଲା । ଦ୍ରୌପଦୀ ଏହା ଦେଖି ସଙ୍ଗେ ସଙ୍ଗେ ତାଙ୍କ ପଣତ କାନି ଚିରି କୃଷ୍ଣଙ୍କ ଅଙ୍ଗୁଳିରେ ବାନ୍ଧି ଦେଇଥିଲେ । ସେହି ସମୟରେ କୃଷ୍ଣ ବଚନ ଦେଇଥିଲେ ଯେ ମୁଁ ତୁମର ଏହାର ପାଉଣା ନିଶ୍ଚୟ ଫେରାଇବି । ଫଳସ୍ୱରୂପ ଶ୍ରୀକୃଷ୍ଣ ଦ୍ରୌପଦୀଙ୍କ ବସ୍ତ୍ର ହରଣ ସମୟରେ ତାଙ୍କୁ ରକ୍ଷା କରିଥିଲେ । କୁହାଯାଏ ଯେ, ଯେଉଁଦିନ ଦ୍ରୌପଦୀ ଶ୍ରୀକୃଷ୍ଣଙ୍କ ହାତରେ ପଣତ ଚିରି ବାନ୍ଧିଥିଲେ ସେହିଦିନ ଶ୍ରାବଣ ପୂର୍ଣ୍ଣିମା ଥିଲା । ଯୁଧିଷ୍ଠିର ତାଙ୍କ ସୈନିକଙ୍କୁ ପିନ୍ଧାଇଥିଲେ ରାକ୍ଷୀ:
ରାକ୍ଷୀର ଆଉ ଏକ ପୌରାଣିକ କଥାବସ୍ତୁ ମହାଭାରତ ଯୁଦ୍ଧ ସମୟରେ ଦେଖିବାକୁ ମିଳିଥିଲା । ମହାଭାରତ ଯୁଦ୍ଧ ସମୟରେ ଯୁଧିଷ୍ଠିର ତାଙ୍କ ସୈନିକଙ୍କୁ କେଉଁ ଭାବେ ଜୀବିତ ରଖିପାରିବେ ସେ ନେଇ କୃଷ୍ଣଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତରରେ ଶ୍ରୀକୃଷ୍ଣ କହିଥିଲେ ଯେ, ତୁମେ ତୁମ ସୈନିକମାନଙ୍କୁ ଜୀବିତ ରଖିବା ପାଇଁ ହେଲେ ସେମାନଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧିଦିଅ । ଯାହା ଫଳରେ ସେମାନେ ଜୀବପିତ ରହିବା ସହ ତୁମେ ବିଜୟ ହୋଇପାରିବ । ତେବେ ଶ୍ରୀକୃଷ୍ଣଙ୍କ ଆଦେଶ ପାଳନ କରି ଯୁଧିଷ୍ଠିର ସେହିଭଳି କହିଥିଲେ । ଫଳସ୍ୱରୂପ ମହାଭାରତ ଯୁଦ୍ଧରେ ବିଜୟ ଲାଭ କରିଥିଲେ । ତେବେ ଯେଉଁଦିନ ଯୁଧିଷ୍ଠିର ତାଙ୍କ ସୈନିକମାନଙ୍କୁ ରକ୍ଷା ସୂତ୍ର ବାନ୍ଧିଥିଲେ, ସେହିଦିନ ଶ୍ରାବଣ ମାସ ପୂର୍ଣ୍ଣିମା ଥିଲା ।

Leave a comment