ରାଜ୍ୟରେ ବାଟବଣା ହୋଇଛି ମନରେଗା : ବିଜେପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକଡାଉନ ସମୟରେ ପ୍ରବାସୀ ଶ୍ରମିକ ଓ ଗାଁର ଗରିବ ଜନସାଧାରଣଙ୍କ ପାଇଁ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡିଶାକୁ ଅଧିକ ମାତ୍ରାରେ ଟଙ୍କା ପଠାଇବା ସହ ମଜୁରୀ ମଧ୍ୟ ବୃଦ୍ଧି କରିଛନ୍ତି । ଏହା ସହ ମୌସୁମୀ ସମୟରେ ମନରେଗା କାମ ଜାରି ରଖିବା ପାଇଁ ନିୟମ କଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ରାଜ୍ୟସରକାର ଏହାକୁ ପରିଚାଳନା କରିବାରେ ବିଫଳ ହୋଇଛନ୍ତି । ପ୍ରବାସୀ ଶ୍ରମିକ କାମ ନପାଇ ଅନ୍ୟରାଜ୍ୟକୁ ଯାଉଛନ୍ତି । ଓଡିଶାରେ ମନରେଗା କାମ ଜେସିବି, ଟ୍ରାକ୍ଟର , କଂଟ୍ରାକ୍ଟର , ବିଜେଡି ନେତା ଓ କିଛି ଅସାଧୁ ଅଫିସର କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ରଅଭିଯୋଗ କରିଛନ୍ତି । ରାଜ୍ୟରେ ମନରେଗା କାମରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଚାଲିଛି । ଅନେକ ସ୍ଥାନରେ ମେସିନ ଦ୍ୱାରା କାମ କରାଯାଉଛି । ପ୍ରକୃତ ହିତାଧିକାରୀ ଏହାର ଲାଭ ଉଠାଇ ପାରୁ ନାହାଁନ୍ତି । ବିଡିଓ, କଂଟ୍ରାକ୍ଟର ଓ ବିଜେଡି ନେତାଙ୍କ ମଧୁଚନ୍ଦ୍ରିକାରେ ମନରେଗା ବାଟବଣା ହୋଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ଜେସିବି ଓ ଟ୍ରାକ୍ଟର ଲଗାଇ ରାତିଅଧିଆ କାମ କରାଯାଉଛି । ମୃତ ବ୍ୟକ୍ତି, ସରକାରୀ ଚାକିରିଆ, ରାଜ୍ୟ ବାହାରେ ରହୁଥିବା ବ୍ୟକ୍ତି, ବାର୍ଦ୍ଧକ୍ୟ ଭତା ପାଉଥିବା ବୃଦ୍ଧଙ୍କ ନାଁରେ ଟଙ୍କା ଉଠାଣ ହୋଇ କଂଟ୍ରାକ୍ଟର ହାତକୁ ଯାଉଛି । ଜବରଦସ୍ତି ଘରୋଇ ଜମିରେ ମେସିନ ଲଗାଇ ରାତିଅଧିଆ କାମ କରି ମନରେଗା ଟଙ୍କାକୁ ହଡପ କରାଯାଉଛି ଏବଂ କାମ ନକରି ମିଥ୍ୟା ବିଲ କରି ମନରେଗା ଅର୍ଥକୁ ବାଟମାରଣା କରାଯାଉଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ।

Leave a comment