କ୍ୟାପିଟାଲ୍ ହସ୍ପିଟାଲରେ ଆରମ୍ଭ ହେଲା ପ୍ଲାଜମା ବ୍ୟାଙ୍କ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କ୍ୟାପିଟାଲ୍ ହସ୍ପିଟାଲ୍ ରେ ଆରମ୍ଭ ହୋଇଛି ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ଏହା ହେଉଛି ଦ୍ୱିତୀୟ ପ୍ଲାଜମା ବ୍ୟାଙ୍କ । ଗତ ୧୫ ତାରିଖରେ କଟକ ଏସସିବି ମେଡ଼ିକାଲ୍ କଲେଜରେ ରାଜ୍ୟର ପ୍ରଥମ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ ହୋଇଥିଲା । ଆସନ୍ତାକାଲି ରାଉରକେଲା ଆଇଜିଏଚ୍ ରେ ତୃତୀୟ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହେବ । ଏହା ପରେ ବ୍ରହ୍ମପୁର ଏମକେସିଜି ଓ ବୁର୍ଲାରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହେବ । କୋଭିଡ୍ ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ପ୍ଲାଜମାରେ ଗୁରୁତର କରୋନା ରୋଗୀଙ୍କୁ ଚିକିତ୍ସା କରାଯାଏ । ରାଜ୍ୟରେ ଏହାର ସୁଫଳ ମିଳିଛି । କଟକର ଜଣେ ଗୁରୁତର ଆକ୍ରାନ୍ତ ମହିଳା ପ୍ଲାଜମା ଥେରାପି ଚିକିତ୍ସା ଦ୍ୱାରା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଇତିମଧ୍ୟରେ ଘରକୁ ଫେରିଛନ୍ତି । ପ୍ଲାଜମା ଥେରାପି ଚିକିତ୍ସା ହେଉଛି, କରୋନା ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମାକୁ ଗୁରୁତର କରୋନା ଆକ୍ରାନ୍ତଙ୍କ ଦେହରେ ଇଂଜେକ୍ଟ କରାଯିବା । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ଦେହରେ ସୃଷ୍ଟି ହୋଇଥିବା ଆଣ୍ଟିବଡ଼ିକୁ ପ୍ଲାଜମା ଜରିଆରେ ଗୁରୁତର ରୋଗୀଙ୍କୁ ଦିଆଯିବା ଦ୍ୱାରା ତାଙ୍କ ଦେହରେ ଏହି ଆଣ୍ଟିବଡ଼ି ଗୁରୁତର ରୋଗୀଙ୍କୁ ଆରୋଗ୍ୟ କରିଥାଏ ।

Leave a comment