ସ୍ୱାସ୍ଥ୍ୟ ସେବାକୁ ରାଜ୍ୟ ସରକାର ଦେଉଛନ୍ତି ଅଧିକ ଗୁରୁତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାର ବିଗତ ୪ ମାସ ଧରି କରୋନା ମୁକାବିଲାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏଥିଲାଗି ୩୭ଟି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି ଓ ୯୦ ଲ୍ୟାବ କାମ କରୁଛି। କରୋନା ମୁକାବିଲା ଲାଗି ୮୦୨୩ ଜଣ ଡାକ୍ତର, ୪୦୧୪ ଜଣ ଆୟୁଷ ଡାକ୍ତରଙ୍କ ସମେତ ଷ୍ଟାଫ ନର୍ସ, କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ, ଆଶା ଦିଦି, ମେଡିକାଲ ଛାତ୍ର କାମରେ ଲାଗିଛନ୍ତି । ବର୍ତ୍ତମାନ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ  ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ତେଣୁ ସ୍ୱାସ୍ଥ୍ୟ ସେବା ପାଇଁ ସମସ୍ତ ଖର୍ଚ୍ଚ ବହନ କରାଯିବ। ଏଥପାଇଁ ଆବଶ୍ୟକ ଅର୍ଥ ଭରଣା ଲାଗି ରାଜ୍ୟ ସରକାର ବଜାରରୁ ଋଣ ଉଠାଇବେ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦର ବୈଠକ ପରେ ଶ୍ରୀ ତ୍ରିପାଠୀ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, କାମ୍ପା ଓ ଓମ୍ବାସଡି ପାଣ୍ଠିରୁ ଋଣ ଆଣାଯିବ । ଏଥି ସହ ପୂର୍ବଭଳି ସରକାର ଜାରି କରିଥିବା ବିଭିନ୍ନ ଆର୍ଥିକ କଟକଣା ଜାରି ରହିବ । ରାଜ୍ୟ ସରକାର କୋଭିଡ ମୁକାବିଲା ଲାଗି କାମ୍ପା ପାଣ୍ଠିରୁ ୧୦୦୦ କୋଟି ଟଙ୍କାର ଋଣ କରିସାରିଛନ୍ତି । ଆଗକୁ ଆବଶ୍ୟକତା ଅନୁସାରେ ଅଧିକ ଋଣ କରାଯିବ । ଯେହେତୁ କମ ସୁଧରେ (୩ପ୍ରତିଶତ) ଋଣ କରାଯାଉଛି, ଏହା ରାଜ୍ୟର ଆର୍ଥିକ ପରିଚାଳନ କରିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Leave a comment