୧୪ ଦିନିଆ ଲକ୍‌ଡାଉନରେ ଅଧିକ କଠୋର ହେବ କମିଶନରେଟ୍ ପୋଲିସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ରୋଗୀଙ୍କ ସଂଖ୍ୟା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ରାତି ୯ଟାରୁ ରାଜ୍ୟର ୪ ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ ଘୋଷଣା ହୋଇଛି । ତେବେ ଚଳିତ ଥର ଟ୍ୱିନ ସିଟିରେ ଲକ୍ ଡାଉନ କଡାକଡି ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ।

ସକାଳ ୬ଟାରୁ ଦିନ ୧ଟା ଯାଏଁ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ । ତେବେ ଜିନିଷପତ୍ର କିଣାକିଣି ଘର ପାଖ ଦୋକାନରୁ କରିବା ସହ ଚାଲି ଚାଲି ଯିବା ପାଇଁ ପୋଲିସ କମିଶନର କହିଛନ୍ତି । ଯଦି ଗାଡିରେ ଯାଉଥାନ୍ତି ତେବେ ଜୋରିମାନା ଆଦାୟ କରାଯିବ । ଭୁବନେଶ୍ୱର କଟକ ସହରକୁ ଯିବା ଆସିବା ଉପରେ କଟକଣା ଲାଗିବ । ଅତି ଜରୁରୀ କାମ ଥିଲେ ୧୦୦କୁ ଫୋନ କରି ପାସ୍ ପାଇପାରିବେ । ତେବେ ଅତି ଜରୁରୀ ସେବା ପାଇଁ କଟକଣା ଲାଗିବ ନାହିଁ । ବାହାଘର ଓ ଅନ୍ତିମ ସଂସ୍କାର ଛଡା ଅନ୍ୟ କୌଣସି କାମ ପାଇଁ ଅନୁମତି ମିଳିବ ନାହିଁ ।

ରାସ୍ତା କଡରେ ଥିବା ଢାବା ଖୋଲା ରହିବ । ମାତ୍ର ସେଠାରେ କେହି ବସି ଖାଇପାରିବ । ରେଷ୍ଟୁରାଣ୍ଟ ମଧ୍ୟ ଖୋଲିବ ନାହିଁ । କେବଳ ହୋମ ଡେଲିଭରି ପାଇଁ ଅନୁମତି ମିଳିଛି । ଗଣମାଧ୍ୟମ କର୍ମଚାରୀଙ୍କ ପାଇଁ କୌଣସି ପାସର ବ୍ୟବସ୍ଥା ନାହିଁ। ସେମାନେ ଅଫିସ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ। ତେବେ ବ୍ୟକ୍ତିଗତ କାମ ପାଇଁ ପରିଚୟ ପତ୍ର ବ୍ୟବହାର ନ କରିବା ପାଇଁ ସିପି ଚେତାବନୀ ଦେଇଛନ୍ତି ।

Leave a comment