୪୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟରେ ୪୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୪୯୪ ଜଣଙ୍କ ମଧ୍ୟରୁ ୩୨୨ ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୭୨ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ୨୩ଟି ଜିଲ୍ଲାରୁ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୪୯୪ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୨୪୬ ଜଣ, ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱରରୁ ୨୧ ଜଣ,ଖୋର୍ଦ୍ଧାରୁ ୬୪ ଜଣ, ବୌଦ୍ଧ ଜିଲ୍ଲାରୁ ୨ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗୀରରୁ ୩ ଜଣ, କଟକରୁ ୩୮ ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୧୫, କଳାହାଣ୍ଡିରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୧୧ଜଣ, କେଉଁଝରରୁ ୧୦ ଜଣ, କୋରାପୁଟରୁ ୪ ଜଣ, ମାଲକାନଗିରିରୁ ୪ଜଣ, ମୟୂରଭଞ୍ଜରୁ ୧୪ ଜଣ, ନୟାଗଡ଼ରୁ ୧୬ ଜଣ, ନୂଆପଡ଼ାରୁ ୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୪ଜଣ, ପୁରୀରୁ ୭ ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୪ ଜଣ ଓ ସୁନ୍ଦରଗଡ଼ରୁ ୧୦ ଜଣ ଥିବା ଜଣାପଡିଛି ।

ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୫,୩୯୨ ରେ ପହଞ୍ଚିଥିବା ବେଳେ ୧୦, ୪୭୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୪୮୧୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି |

Leave a comment