ଆଦିତ୍ୟ ମୃତ୍ୟୁ ମାମଲା: ଘର ମାଲିକଙ୍କୁ ଜେରା କଲା ଜିଆରପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ଖିଅ ଖୋଜୁଛି ଜିଆରପି । ଆଦିତ୍ୟ କେବେଠାରୁ ଭଡ଼ାରେ ରହୁଥିଲେ । ଦମ୍ପତିଙ୍କ ମଧ୍ୟରେ କେବେ ଝଗଡ଼ା ହୋଇଥିଲା କି ? ଏସବୁ ବିଷୟରେ ଜିଆରପି ଘର ମାଲିକଙ୍କୁ ପଚରାଉଚରା କରିଛି । ଏଥିସହ ଆଦିତ୍ୟଙ୍କ ଆର୍ଥିକ କାରବାର ଉପରେ ଜିଆରପି କରିଛି ଖୋଳତାଡ଼ । ବାଳକାଟି ଏସବିଆଇ ଆକାଉଣ୍ଟ ଓ କଳିଙ୍ଗ ବିହାର ୟୁନିୟନ୍ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି । ସୋମବାର ସନ୍ଧ୍ୟାରେ ମୃତ୍ୟୁ ପୂର୍ବରୁ ଆଦିତ୍ୟ ଏକ ଅଜଣା ନମ୍ବରକୁ କଲ୍ କରିଥିଲେ । ଶେଷ କଲ୍ ସନ୍ଧ୍ୟା ୬ଟା ୪୨ରେ ସେ କରିଥିବା ବେଳେ ୭ଟା ୧୪ରେ ଫେସବୁକରେ କରିଥିଲେ ଶେଷ ପୋଷ୍ଟ । ଆଉ ଘରୁ ଷ୍ଟେସନ ଆଡ଼େ ଯିବାର ଶେଷ ସିସିଟିଭି ଫୁଟେଜର ଦୃଶ୍ୟ ରାତି ୮ଟା ପୂର୍ବରୁ ରେକର୍ଡ ହୋଇଛି । ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଜିଆରପି ଲୋକୋ ପାଇଲଟଙ୍କୁ ମଧ୍ୟ ପଚରାଉଚରା କରିଛି । ପୁରୁଷୋତ୍ତମ ଏକ୍ସପ୍ରେସ ଧକ୍କାରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏସବୁ ଭିତରେ ଜିଆରପି ‘ପିପୁଲ ଫର ସେବା’ ସ୍ୱେଚ୍ଛାସେବୀ ସଙ୍ଗଠନ ସହ ଜଡ଼ିତ ବ୍ୟକ୍ତିଙ୍କୁ ଜେରା କରିଛି । ପପୁ ଓ ବିକାଶଙ୍କୁ ଜିଆରପି ଜେରା କରିଥିବା ବେଳେ ବଲାଙ୍ଗିରର ଜଣେ ବନ୍ଧୁଙ୍କୁ ପଚରାଉଚରା ପାଇଁ ଡାକ ଯୋଗେ ନୋଟିସ୍ ପଠାଯାଇଛି । ଆଗକୁ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜିଆରପି ଜେରା କରିପାରେ ।

Leave a comment