ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା: ବନ୍ଧୁ ପପୁଙ୍କୁ ଅଢେଇ ଘଣ୍ଟା ଜେରା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସାମଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ ର ପର୍ଦାଫସ କରିବା ପାଇଁ ଜିଆରପି ପୋଲିସ ଘଟଣାର ତନାଘନା କରୁଛି । ଆଦିତ୍ୟର ବନ୍ଧୁଙ୍କୁ ପଚରାଉଚରା କରାଯାଇଛି । ୨୮ ଜଣଙ୍କ ବୟାନ ରେକର୍ଡ କଲା ଜିଆରପି । ଏମାନଙ୍କ ମଧ୍ୟରେ ଅଛନ୍ତି ଆଦିତ୍ୟଙ୍କ ବନ୍ଧୁ ପୁପୁ । ପୁପୁ ଆଦିତ୍ୟ ଦାସଙ୍କ ଟ୍ରଷ୍ଟ ପିପୁଲ ଫର ସେବାର ଟ୍ରେଜରର ଥିଲେ । ଏହା ସହ ଜଣେ ଝିଅ ଓ ଅନ୍ୟ ୨ ଜଣଙ୍କୁ ବି ପଚରାଉଚରା ହୋଇଛି । ମୃତ୍ୟୁ ପୂର୍ବରୁ ଆଦିତ୍ୟ ଏମାନଙ୍କ ସହ କଥା ହୋଇଥିଲେ । ଏମାନକୁ ଭୁବନେଶ୍ୱର ନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାରଦିନ ଆଦିତ୍ୟ ଦାସଙ୍କ କ୍ଷତବିକ୍ଷତ ମୃତଦେହ ଲିଙ୍ଗରାଜ ରେଳଲାଇନରୁ ମିଳିଥିଲା । ତେବେ ଏହା ହତ୍ୟା କି ଆତ୍ମହତ୍ୟା ସେ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା
ପରେ ଆଦିତ୍ୟଙ୍କ ସୁସାଇଡ ନୋଟ ବି ମିଳିଥିଲା । ଏହି ନେଟାକୁ ନେଇ ବି ବିବାଦ ଦେଖାଦେଇଥିଲା । ଆଦିତ୍ୟଙ୍କ ସ୍ତ୍ରୀ ସୁଇସାଇଡ ନୋଟ ଅନ୍ୟକେହି ଲେଖିଥିବା ଦାବି କରିଥିଲୋ ଗତକାଲି ସୁଇସାଇଡ ନୋଟ ଲେଖାଥିବା ଡାଏରୀ, ହେଣ୍ଡରାଇଟିଂ ବ୍ୟୁରୋକୁ ଆସିଛି । ହେଣ୍ଡରାଇଟିଂ ବ୍ୟୁରୋରେ ଆଦିତ୍ୟ ସୁଇସାଇଡ ନୋଟ ଲେଖିଥିବା ଡାଏରୀରର ହସ୍ତାକ୍ଷର ଯାଂଚ କରାଯିବ । ଯାଂଚପରେ ସ୍ପଷ୍ଟ ହେବ ସୁଇସାଇଡ ନୋଟ ଆଦିତ୍ୟ ନିଜେ ଲେଖିଛନ୍ତି ନା ଏହା ଅନ୍ୟ କେହି ଲେଖିଛି ।
ଆଦିତ୍ୟଙ୍କ ମୁଖ୍ୟ ସହଯୋଗୀ ପପୁ, ବିକାଶ ର ମଧ୍ୟ ବୟାନ ରେକର୍ଡ ହୋଇଛି । ୬ ତାରିଖ ସନ୍ଧ୍ୟା ୭ ଟା ସମୟରୁ ଘରୁ ବାହାରିଥିଲେ ଆଦିତ୍ୟ । ଘରଠାରୁ ଷ୍ଟେସନ ପର୍ଯ୍ୟନ୍ତ ସିସିଟିଭି ଜବତ ହୋଇଛି । ଆଦିତ୍ୟ ଏକୁଟିଆ ଯାଉଥିବା ଦେଖିବାକୁ ମିଳିଛି ।