ଭୁବନେଶ୍ୱର ଔଷଧ ରିଟଲେ ବ୍ୟବସାୟୀ ସଂଘର ବୈଠକ ଓ ନିର୍ବାଚନ

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଆଜି ତା ୧୫.୭.୨୦୧୮. ରେ ଔଷଧ ରିଟଲେ ବ୍ୟବସାୟୀ ସଂଘର ଏକ ବୈଠକ ଓ ନିର୍ବାଚନ ଭୁବନେଶ୍ୱର ର ଅଟଳ ଭବନ ଠାରେ ଅନୁଷ୍ଠିତ ହୋଇଥିଲା ,ଏଥିରେ ପ୍ରାୟ ୮୦ ଜଣ କାର୍ଯ୍ୟକାରିଣୀ ସଭ୍ୟ ଉପସ୍ଥିତ ଥିଲେ. ବୈଠକରେ ବିଭିନ ସମସ୍ୟା ଉପରେ ଆଲୋଚନା ହୋଇଥିଲା . ବର୍ତମାନ ସରକାର ଆଣିଥିବା କିଛି ନିୟମ କେମିତି ପାଳନ କରାଯାଇପାରିବ ତା ଉପରେ ସଭ୍ୟ ମାନେ ମତ ରଖିଥିଲେ ଯଥା ବିନା ଡାକ୍ତର ଙ୍କ ଲେଖାରେ କୌଣସି ଔଷଧ ବିକ୍ରି ନକରିବା ,ବାଧ୍ୟତା ମୂଳକ ଭାବରେ ଜେନେରିକ ଔଷଧ ରଖିବା , GST ଲାଗୁ ହେଲା ପରେ GST ପାଇଁ ଦେଖାଦେଇଥିବା ଅନେକ ସମସ୍ୟା କୁ କିପରି ସମାଧାନ କରାଯିବ ଏନେଇ
ଆଲୋଚନା ମଧ୍ୟ ହୋଇଥିଲା ଏଥିରେ ସଭ୍ୟମାନେ ଚିନ୍ତାପ୍ରକଟ କରିଥିଲେ , ଏହାସହ ସଙ୍ଘଟନ କୁ କିପରି ଆଗାମୀ ଦିନରେ ମଜଭୁତ କରାଯିବ ସେ ଦିଗରେ ଧ୍ୟାନ ଦିଆଯିବାସହ ନୂତନ କର୍ମକର୍ତା ନିର୍ବାଚିତ କରାଯାଇଥିଲା ଏଥିରେ ସଭାପତି ଭାବେ ଶ୍ରୀ ପ୍ରଗତି ରଞ୍ଜନ ମହାନ୍ତି,ସମ୍ପାଦକ ଭାବେ ଶ୍ରୀ ବିଶ୍ୱରଂଜନ ସାହୁ ସଞ୍ଜଯୋକ ଭାବେ ଶ୍ରୀ ମଧୁରାମ ଓ ସାଙ୍ଗଠନିକ ସମ୍ପାଦକ ଭାବେ ଶ୍ରୀ ଜୟେ ପରିଡା ନବନିର୍ବାଚିତ ହୋଇଥିଲେ .ମଞ୍ଚକୁ ପରିଚାଳନା କରିଥିଲେ ଭୁବନେଶ୍ୱର ସଭାପତି ଜ୍ଞାନରଞ୍ଜନ ମହାନ୍ତି ଓ ବରିଷ୍ଠ ସଭ୍ୟ ଶ୍ରୀ କେଦାର ସେନାପତି.