ଥରିଲା ଗୁଜରାଟ ଓ ମିଜୋରାମ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନା ସଙ୍କଟ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି। ରବିବାର ସକାଳେ ଲଦାଖରେ ଭୂମିକମ୍ପ ହୋଇଥିବା ବେଳେ ସନ୍ଧ୍ୟାରେ ୧୫ ମିନିଟ୍‌ ଅନ୍ତରାଳେ ଗୁଜରାଟ ଓ ମିଜୋରାମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଗୁଜରାଟର କଚ୍ଛରେ ରବିବାର ସନ୍ଧ୍ୟାରେ ଭୂକମ୍ପ ଝଟକା ଲାଗିଛି। କଚ୍ଛରେ ସନ୍ଧ୍ୟା ୫ଟା ୧୧ରେ ଭୂକମ୍ପ ହୋଇଥିବା ବେଳେ ଏହାର ୧୫ ମିନିଟ୍ ପରେ ମିଜୋରାମରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି।

ଗୁଜରାଟର କଚ୍ଛରେ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଭଚାଉ ନିକଟରେ ରହିଛି। ଏହାର ୧୫ ମିନିଟ୍ ପରେ ଅର୍ଥାତ ୫ଟା ୨୬ରେ ମିଜୋରାମର ଚମ୍ପାଇ ଜିଲ୍ଲାରେ ୪.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୁକମ୍ପ ଝଟକା ପରେ ଲୋକେ ଭୟରେ ଘର ବାହାରକୁ ଚାଲି ଆସିଥିଲେ।

Leave a comment