ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ରୋଗୀଙ୍କ ପାଇଁ ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ମିଳିଥିବା ସୂଚନା ଅନୁସାରେ, ପ୍ଲାଜମା ଥେରାପିରେ ଚିକିତ୍ସା ପଦ୍ଧତି ନିରୂପଣ ପାଇଁ ବୈଷୟିକ କମିଟି ହେବ । ଚିକିତ୍ସା ପଦ୍ଧତି ନିରୂପଣ ଓ ସଫଳ ରୂପାୟନ ପାଇଁ ମାର୍ଗଦର୍ଶିକା ହେବ । ତେବେ ରାଜ୍ୟର ୪ଟି ପ୍ରମୁଖ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ କରାଯିବ । କଟକ ଏସସିବି, ଅଶ୍ୱିନୀ, ଭୁବନେଶ୍ୱର ସମ୍ ଓ କିମ୍ସରେ ଏହା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ପ୍ଲାଜମା ଥେରାପି ସହ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ବି ନିଷ୍ପତ୍ତି ହୋଇଛି ।

Leave a comment