ତିନି ରଥ ପାଇଁ ବିଜେ ହେଲା ଆଜ୍ଞା ମାଳ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତିନିରଥ ପାଇଁ ବିଜେ ହେଲା ଆଜ୍ଞା ମାଳ। ସିଂହଦ୍ୱାର ପାଖକୁ ରଥ ଅଣାଯିବା ପାଇଁ ଶ୍ରୀଜିଉଙ୍କୁ ଆଜ୍ଞା ମାଳ କରାଯାଇଛି। ତେବେ ପ୍ରଶାସନ ଆଜ୍ଞାମାଳ ବିଜେ ନୀତି ପରେ ରଥ ଟାଣିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତି ନେଇନଥିବାରୁ ଶ୍ରୀମନ୍ଦିରର ସେବାପୂଜା ତଥା ବିଧି ପରମ୍ପରା ଭଙ୍ଗ ହେବାର ସମ୍ଭାବନା ଥିବା ଆଶଙ୍କା କରାଯାଉଛି।

କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡିତ ଥିବା ମହାପ୍ରଭୁଙ୍କ ଘୋଷଯାତ୍ରା କୋଭିଡ ମହାମାରୀ ଯୋଗୁଁ ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିନଥିବାବେଳେ ଏହାକୁ ନେଇ ଉଭୟ ଧାର୍ମିକ ଗୁରୁ ଶଙ୍କରାଚାର୍ଯ୍ୟ, ପରିଚାଳନା କମିଟି ସଭାପତି ଗଜପତି ମହାରାଜା ଓ ଶେଷରେ ସେବାୟତମାନେ ଧର୍ମ ରକ୍ଷା ଓ ଶାସ୍ତ୍ରୀୟ ବିଧି ବିଧାନକୁ ନଜରରେ ରଖି ରଥଯାତ୍ରା କରାଇବା ନେଇ ଯୁକ୍ତି ବାଢ଼ିଛନ୍ତି ।

Leave a comment