ରାଥଯାତ୍ରା ହେଉ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରଥଯାତ୍ରାକୁ ନେଇ ପରିଚାଳନା ବୈଠକର ନିଷ୍ପତ୍ତି ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଗଜପତି ଦିବ୍ୟସିଂହ ଦେବ। ଦୁଇ ଦୁଇଟି ବୈଠକରେ ହୋଇଥିବା ଆଲୋଚନା ଅନୁସାରେ ବିଶ୍ୱପ୍ରସିଦ୍ଧ ରାଥଯାତ୍ରା ହେଉ ବୋଲି ମତପ୍ରକାଶ ପାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଗଜପତି । ବିଭିନ୍ନ ପୁରାଣରେ ବର୍ଣ୍ଣିତ କଥା ଅନୁସାରେ ଜଗତର ନାଥ ଜଗନ୍ନାଥଙ୍କ ଘୋଷଯାତ୍ରା ହେବା ଆବଶ୍ୟକ । କୋଟି କୋଟି ଭକ୍ତ ବିଭିନ୍ନ ପ୍ରକାର ଲାଇଭ୍‌ ପ୍ରସାରଣ ମାଧ୍ୟମରେ ଜଗନ୍ନାଥଙ୍କ ଦର୍ଶନ ପାଆନ୍ତି । ଏହା ହିଁ ଜଗନ୍ନାଥଙ୍କ ଇଚ୍ଛା ଆଉ ଏଭଳି ମଧ୍ୟ ପୁରାଣରେ ବର୍ଣ୍ଣିତ ଥିବା ନେଇ ଦର୍ଶାଇଛନ୍ତି ଗଜପତି। ଏହାସହ ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ଗଜପତି। ରଥଯାତ୍ରାକୁ ଅନୁମତି ଦେବାକୁ ସୁପ୍ରିମକୋର୍ଟ ଯିବାକୁ ସେ ଅନୁରୋଧ କରିଛନ୍ତି ।

ତେବେ ରଥଯାତ୍ରା ପରମ୍ପରାର ଏକାଧିକ ଉଦାହରଣ ରଖି ଗଜପତି ଚିଠିରେ ଲେଖିଛନ୍ତି ଯେ, ଅନ୍ୟ ସ୍ଥାନରେ ନହେଉ ପଛେ ପୁରୀରେ ରଥଯାତ୍ରା କରାଯାଉ । ଜଗନ୍ନାଥ ଅବତାର ନୁହେଁ ଅବତାରୀ । ଏହାସହ ପୁରାଣ ଓ ପରମ୍ପରାରେ ପୁରୀ ରଥଯାତ୍ରାର ଗୁରୁତ୍ୱ ଦର୍ଶାଇଛନ୍ତି ଗଜପତି । ବିଶ୍ୱର ଅଗଣିତ ଭକ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଚାର କରିବାକୁ ସେ ଉଲ୍ଲେଖ କରିଛନ୍ତି । କେବଳ ମୋଗଲ ଆକ୍ରମଣକୁ ଛାଡି ଅନ୍ୟ ସବୁ ପରିସ୍ଥିତିରେ ରଥଯାତ୍ରା ହୋଇଛି । ଏପରିକି ପ୍ରାକୃତିକ ବିପର୍ଯ୍ୟୟ ବେଳେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଗଜପତି ଦିବ୍ୟସିଂହ ଦେବ ।

Leave a comment