ଗରିବ କଲ୍ୟାଣ ରୋଜଗାର ଯୋଜନା : ପ୍ରତିଦିନ ଶ୍ରମିକ ରୋଜଗାର କରିବେ ୨୦୨ ଟଙ୍କା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରବାସୀ ଶ୍ରମିକଙ୍କ ପାଇଁ ମୋଦୀ ସରକାର ଙ୍କ ଭେଟି। ଲକଡାଉନ ଯୋଗୁଁ ପ୍ରବାସୀ ମାନେ ହଇରାଣ ହେଉଛନ୍ତି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶନିବାର ଦିନ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଲଞ୍ଚ କରିଛନ୍ତି । ଏହି ଅଭିଯାନ ଅନୁଯାୟୀ ୧୨୫ ଦିନ ପର୍ଯ୍ୟନ୍ତ ଶ୍ରମିକଙ୍କୁ ଅଲଗା ଅଲଗା କାମ ଜରିଆରେ ରୋଜଗାର ଦିଆଯିବ। ଗରିବ କଲ୍ୟାଣ ରୋଜଗାର ଯୋଜନାରେ ମୋଟ ୧୨୫ ଦିନ କାମ କରାଯିବ। ଏଥିରେ ଦୈନିକ ପାଉଣା ମନରେଗା ପାଉଣା ହିସାବରେ ଦିଆଯିବ। ଏହିଯୋଜନା ଅନୁସାରେ ଜଣେ ଶ୍ରମିକଙ୍କୁ ଦୈନିକ ୨୦୨ ଟଙ୍କା ମିଳିବ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ଯେ, ଏହି ଯୋଜନାର ଆରମ୍ଭରେ ୧୨୫ ଦିନ ପର୍ଯ୍ୟନ୍ତ ବ୍ୟାପକ ସ୍ଥରରେ ଅଭିଯାନ ଆରମ୍ଭ କରି ଲୋକନାକୁ ରୋଜଗାର ଯୋଗାଇ ଦିଆଯିବ। ଏଥିପାଇଁ ୬ ରାଜ୍ୟର ୧୧୬ ଜିଲ୍ଲାକୁ ଚୟନ କରାଯାଇଛି। ଅଭିଯାନକୁ ସଫଳ କରିବା ପାଇଁ ସରକାରୀ ତନ୍ତ୍ର ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ମିଶନ ମୋଡ଼ରେ କାମ କରିବେ ।
ଯେଉଁ ଶ୍ରମିକ ସ୍ପେଶାଲ କିମ୍ବା ରାଜ୍ୟ ସରକାର ଦ୍ୱାରା ଅନ୍ୟ ଉପାୟରେ ନିଜ ଗାଁକୁ ଯାଇଛନ୍ତି, ସେମାନଙ୍କ ତାଲିକା ସରକାରଙ୍କ ପାଖରେ ପୂର୍ବରୁ ହିଁ ଅଛି । ସେହି ତାଲିକା ଆଧାରରେ ସେମାଙ୍କୁ କାମ ଦିଆଯିବ । ଯେଉଁ ଶ୍ରମିକମାନେ ପଳାୟନ କରି, ଚାଲି ଚାଲି କିମ୍ବା ଅନ୍ୟ ଉପାୟରେ ନିଜ ଗାଁକୁ ଫେରିଛନ୍ତି, ସେମାନଙ୍କ ତାଲିକା ମଧ୍ୟ ସମ୍ଭବତଃ ଜିଲ୍ଲା ଅଧିକାରୀଙ୍କ ପାଖରେ ଅଛି। ରୋଜଗାର ଅଭିଯାନରେ କାମ କରାଇବା ଠାରୁ ଆରମ୍ଭ କରି ଶ୍ରମିକଙ୍କ ଶ୍ରମ ପାଉଣା ପର୍ଯ୍ୟନ୍ତ ସବୁ କାମ ରାଜ୍ୟ ସରକାରଙ୍କ ଅଧିକାରୀ କରିବେ।