ମୋଦିଙ୍କ ଆଗରେ ଏହି ୩ ଦାବି ରଖିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୌଠକ ବେଳେ ୩ଟି ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦାବି ଗୁଡିକ ହେଲା ଯୁକ୍ତ ଦୁଇ ପରୀକ୍ଷା ସରିବା ପରେ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ହେଉ । ଉପସାଗରୀୟ ଦେଶରେ ଅଟକ ଓଡିଆ ଲୋକଙ୍କୁ କେନ୍ଦ୍ର ଆଣିବା ପାଇଁ ବ୍ୟବସ୍ଥା କରୁ । ଟ୍ରେନ ଓ ବିମାନ ସେବାରେ ପୂର୍ବ ଭଳି କଟକଣା ରହୁ ବୋଲି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଜୁନ ମାସ ଓଡିଶା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିବାରୁ କଟକଣା ବଳବତ୍ତର ରହୁ ବୋଲି ସେ କହିଛନ୍ତି ।ଏବେ ଦେଶ କରୋନା ମହାମାରୀ ସହ ଲଢେଇ ଜାରି ରଖିଛି । ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତଗତିରେ ବଢିଚାଲିଛି। ଏପରି ସଙ୍କଟ ସମୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ୱିତୀୟ ଥର ପାଇଁ ଅନ୍ୟ କେତୋଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। କରୋନା ସହ ମୁକାବିଲା କରି ଦେଶର ଅର୍ଥନୀତି ଏବେ ଟ୍ରାକ୍ କୁ ଫେରିବାକୁ ଲାଗିଛି ।
ଏବେ ଦେଶରେ ଅନଲକ-୧ ଚାଲୁ ରହିଛି । ଦେଶର ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍ ମଧ୍ୟ ଖୋଲିଗଲାଣି। ବେପାର ବାଣିଜ୍ୟ ମଧ୍ୟ ସ୍ୱାଭାବିକ ହେଲାଣି । ଏହି ସମୟରେ ଆମକୁ ସଚେତନତା ସହ ରହି କରୋନା ସହ ଲଢିବାକୁ ପଡ଼ିବ । ଗତକାଲି ପଞ୍ଜାବ , କେରଳ , ଗୋଆ , ଉତ୍ତରାଖଣ୍ଡ , ଝାରଖଣ୍ଡ ଓ ପୁଡ଼ୁଚେରୀ ସହ ଆଲୋଚନା କରିଥିଲେ।