ଭୁବନେଶ୍ବରରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରରୁ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ହୋମ୍ କ୍ବାରେଣ୍ଟାଇନରୁ ଏବଂ ଜଣେ ସ୍ଥାନୀୟ ଲୋକ ରହିଥିବା ବିଏମସି ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ୩ ଜଣଙ୍କ ମଧ୍ୟରୁ ଭୁବନେଶ୍ବର ଭିମପୁର ଅଞ୍ଚଳର ଜଣେ ୨୭ ବର୍ଷୀୟ ଯୁବକ ଏବଂ ଭରତପୁର ଅଞ୍ଚଳରୁ ଜଣେ ୩୬ ବର୍ଷୀୟ ଯୁବକ ରହିଛନ୍ତି । ଏହି ଦୁଇଜଣ ଦିଲ୍ଲୀରୁ ଫେରି ହୋମ୍ କ୍ବାରେଣ୍ଟାଇନରେ ଥିଲେ । ସେହିପରି ଡୁମଡୁମା ଅଞ୍ଚଳରୁ ଜଣେ ୪୮ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଯୁବକ ଜଣଙ୍କ ଗଞ୍ଜାମରୁ ଫେରିଥିବା ବିଏମସି ସୂଚନା ଦେଇଛି ।

Leave a comment