ସଭାପତି ସମୀର ମହାନ୍ତି ଟିମରେ ୧୦ ଉପସଭାପତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ବିଜେପି ତରଫରୁ ନୂତନ କାର୍ଯ୍ୟକାରିଣୀ ଓ ପଦାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି । ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ଭାବେ ନିର୍ବାଚିତ ହେବାପରେ ସାଂଗଠନିକସ୍ତରରେ ଅଦଳବଦଳ କରାଯାଇଛି। ନୂତନ ଟିମରେ ୧୦ ଜଣ ଉପସଭାପତି ରହିଥିବାବେଳେ ୯ ଜଣ ସଂପାଦକ, ୪ ଜଣ ସାଧାରଣ ସଂପାଦକ ରହିଛନ୍ତି। ସଂଗୀତା ସିଂହଦେଓ, ଅପରାଜିତା ଷଢ଼ଙ୍ଗୀ, ବଳଭଦ୍ର ମାଝି, ଭାସ୍କର ମଢ଼େଇ, ନାଉରୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକେଶୀ ଓରାମ, ଭୃଗୁ ବକ୍ସିପାତ୍ର, ଅନୀତା ପଟ୍ଟନାୟକ, ପ୍ରଭାତି ପରିଡ଼ା ପ୍ରମୁଖଙ୍କୁ ଉପସଭାପତି ଦାୟିତ୍ବ ପ୍ରଦାନ କରାଯାଇଛି।

ପୂର୍ବତନ ବିଧାୟକ ରବି ନାୟକ, ପୃଥ୍ବୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର ଓ ମାନସ ମହାନ୍ତିଙ୍କୁ ସାଧାରଣ ସଂପାଦକ ଭାବେ ଦାୟିତ୍ବ ମିଳିଥିବା ବେଳେ ସୁଦର୍ଶନ ଗୋୟଲ୍ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଏଥିସହ ୧୦ ଜଣଙ୍କୁ ରାଜ୍ୟ ବିଜେପିର ମୁଖପାତ୍ର ଦାୟିତ୍ୱ ମିଳିଛି। ସୁଦୀପ୍ତ ରାୟ, ପୀତାମ୍ବର ଆଚାର୍ଯ୍ୟ, ଦିଲୀପ ମହାନ୍ତି, ସତ୍ୟବ୍ରତ ପଣ୍ଡା, ଯତୀନ ମହାନ୍ତି, ବିରଞ୍ଚି ତ୍ରିପାଠୀ, ଧୀରେନ ସେନାପତି, ସୋନାଲି ସାହୁ ଓ ଠାକୁର ରଣଜିତ ଦାସଙ୍କୁ ଦଳର ମୁଖପାତ୍ର ନିଯୁକ୍ତ କରାଯାଇଛି।
ନୂତନ ରାଜ୍ୟ କାର୍ଯ୍ୟକାରିଣୀରେ ୭୫ ଜଣ ସଦସ୍ୟ ଥିବା ବେଳେ ୩୦ ଜଣଙ୍କୁ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ କରିଛି। ଏଥିସହ ୨୯ ଜଣଙ୍କୁ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଭାବେ ଘୋଷଣା କରାଯାଇଛି।

Leave a comment