୨୪ ଘଣ୍ଟାରେ ୯୩୦୪ ଆକ୍ରାନ୍ତ , ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୭ ହଜାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୯,୩୦୪ ମାମଲା ଚିହ୍ନଟ ହୋଇଛି । ଏବଂ ୨୬୦ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୧୭ ହଜାରରେ ପହଞ୍ଚିଛି ଥିବାବେଳେ ମୃତ୍ୟୁସଂଖ୍ୟା ୬ ହଜାର ଟପିଯାଇଛି। ଲଗାତାର ୬ ଦିନ ଧରି ଦେଶରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁହୋଇଛି। ବିଗତ ୨୪ ଘଣ୍ଟାରେ ହୋଇଥିବା ୨୬୦ ମୃତ୍ୟୁରୁ ମହାରାଷ୍ଟ୍ରରେ ସର୍ବାଧିକ ୧୨୨, ଦିଲ୍ଲୀରେ ୫୦, ତାମିଲନାଡ଼ୁରେ ୧୧, ପଶ୍ଚିମବଙ୍ଗରେ ୧୦, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ତେଲେଙ୍ଗାନାରେ ୭ ଜଣଙ୍କ ମୃ୍ତ୍ୟୁ ହୋଇଛି। ମହାରାଷ୍ଟ୍ରରେ ମୋଟ୍ ମୃତ୍ୟୁସଂଖ୍ୟା ୨,୫୮୭ରେ ପହଞ୍ଚିଛି ।
ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଦେଶରେ ଏବେ ସକ୍ରିୟ ମାମଲା ୧ ଲକ୍ଷ ୬ ହଜାର ପାର ହୋଇଯାଇଛି। ଅନ୍ୟପକ୍ଷେ ୧ ଲକ୍ଷ ୪ ହଜାର ୧୦୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର, ତାମିଲନାଡ଼ୁ, ଗୁଜରାଟ ଏବଂ ଦିଲ୍ଲୀରେ ଲଗାତାର ସଂକ୍ରମଣ ବଢ଼ୁଛି। ଦେଶରେ ମୋଟ୍ ସଂକ୍ରମଣ ମାମଲାର ୫୦ ପ୍ରତିଶତରୁ ଅଧିକ କେବଳ ଏହି ୪ଟି ରାଜ୍ୟରୁ ଚିହ୍ନଟ ହୋଇଛି। ସେପଟେ ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ, ନାଗାଲାଣ୍ଡ୍ , ମିଜୋରାମ୍ ଏବଂ ସିକ୍କିମ୍ରେ ମଧ୍ୟ ସଂକ୍ରମଣ ବଢ଼ୁଛି।