ଚିହ୍ନଟ ହେଲେ ୮୬ ଆକ୍ରାନ୍ତ, ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଆଉ ୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟର ପଜିଟିଭ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଆଜି ଚିହ୍ନଟ ହୋଇଥିବା ୮୬ ପଜେଟିଭଙ୍କ ମଧ୍ୟରୁ ଯାଜପୁରରୁ ୪୬, କଟକ ୧୧, ନୟାଗଡ଼ ୬, ଗଞ୍ଜାମରୁ ୫, ବାଲେଶ୍ୱରରୁ ୩, ଭଦ୍ରକରୁ ୩ଜଣ । ଆଜିର ୪୬ଜଣ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୬୩ଜଣ ସୁସ୍ଥ ହୋଇଛନ୍ତି ଓ ଅନ୍ୟ ୧୬୨ଜଣ ଚିକିତ୍ସିତ ହେଉଛନ୍ତି ।
କଟକରେ ଆଜିର ୧୧ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୬କୁ ବୃଦ୍ଧଇ ପାଇଛି ସେଥିମଧ୍ୟରୁ ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୨ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୫୩ଜଣ ଚିକିତ୍ସିତ ହେଉଛନ୍ତି । ନୟାଗଡ଼ରେ ଆଜିର ୬ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଅନ୍ୟ ୨୬ଜଣ ଚିକିତ୍ସିତ ହେଉଛନ୍ତି । ଗଞ୍ଜାମରେ ଆଜିର ୫ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୨କୁ ବୃଦ୍ଧଇ ପାଇଛି ସେଥିମଧ୍ୟରୁ ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୧୫୪ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୬୫ଜଣ ଚିକିତ୍ସିତ ହେଉଛନ୍ତି । ବାଲେଶ୍ୱରରେ ଆଜିର ୩ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୪୨ଜଣ ସୁସ୍ଥ ହୋଇଛନ୍ତି ଅନ୍ୟ ୮୩ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ଭଦ୍ରକରେ ଆଜିର ଆଜିର ୩ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୮କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୩୦ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୬୮ଜଣ ଚିକିତ୍ସିତ ହେଉଛନ୍ତି ।