ଆକାଶମାର୍ଗରୁ ବାତ୍ୟାଂଚଳ ପରଖିଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବୁଲି ଦେଖିଛନ୍ତି। କ୍ଷତିଗ୍ରସ୍ତ ଫସଲ ଓ ଘରର ଆକଳନ ୩ରୁ ୭ଦିନ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ,ମୁଖ୍ୟମନ୍ତ୍ରୀ ଜଗତସିଂହପୁର,କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କଟକ ଜିଲ୍ଲାରେ ଆକାଶମାର୍ଗରୁ କ୍ଷୟକ୍ଷତି ଆକଳନ କରିଛନ୍ତି।‘ଅମ୍ଫାନ’ ଯୋଗୁ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ନେଇ ମୁଖ୍ୟମନ୍ତ୍ରୀ ଉଦବେଗ ବ୍ୟକ୍ତ କରିବାସହ କ୍ଷତିଗ୍ରସ୍ତ ଯୋଗଯୋଗ ଭିତ୍ତିଭୂମି ଓ ରାସ୍ତାକୁ ଆସନ୍ତାକାଲି ସୁଦ୍ଧା ସ୍ୱାଭାବିକ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ସେସୁକୁୁ ୨୪ଘଣ୍ଟା ଭିତରେ ଓ ନେସ୍କୋକୁ ଆସନ୍ତା ୭୨ଘଣ୍ଟା ମଧ୍ୟରେ ବିଦୁ୍ୟତ ସେବା ଯୋଗାଣକୁ ସ୍ୱାଭାବିକ କରିବା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ଆସନ୍ତା ୩ଦିନ ମଧ୍ୟରେ ଫସଲ କ୍ଷୟକ୍ଷତି ଆକଳନ ଏବଂ କ୍ଷତିଗ୍ରସ୍ତ ଘର ଓ କୋଠାର ଆକଳନ ସପ୍ତାହକ ସୁଦ୍ଧା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅମ୍ଫାନରେ ରାଜ୍ୟର ୮୯ଟି ବ୍ଲକର ୪୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଗସ୍ତ କରିଥିଲେ।

Leave a comment