୧୦୦୦୦୦ ଟପିଲା ଦେଶରେ ସଂକ୍ରମଣ ସଂଖ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଏକ ଲକ୍ଷ ପାରି କରିସାରିଛି । ଏବେ ସୁଦ୍ଧା ସଂକ୍ରମଣ ସଂଖ୍ୟା ୧ ଲକ୍ଷ ୧୨୬୪ରେ ପହଞ୍ଚିଛି। ୧୧୦ ଦିନରେ ଦେଶରେ ସଂକ୍ରମଣ ସଂଖ୍ୟା ଲକ୍ଷେରେ ପହଞ୍ଚିଛି। ସୋମବାର ଦିନ ୪ ହଜାର ୬୨୯ ନୂଆ ମାମଲା ସାମ୍ନାକୁ ଆସିଥିଲା। ଏବେ ସୁଦ୍ଧା ୩୯ ହଜାର ୨୩୪ ରୋଗୀ ସୁସ୍ଥ ହୋଇଛନ୍ତି । ହାରାହାରି ୩୮.୨୯ ପ୍ରତିଶତ ରୋଗୀ ସୁସ୍ଥ ହେଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୭.୧ ପ୍ରତିଶତ ରୋଗୀ ଅଛନ୍ତି।

ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ଏକ ଲକ୍ଷ ୧ ହଜାର ୧୩୯ ଜଣ ସଂକ୍ରମିତ ହୋଇଛନ୍ତି । ୫୮ ହଜାର ୮୦୨ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି।  ୩ ହଜାର ୧୬୩ ଜଣଙ୍କ ମୃତ୍ୟୁ ହୋଇଛି ।

ମହାରାଷ୍ଟ୍ରରେ କରୋନା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବା ଦେଖି ମଙ୍ଗଳବାର ଦିନ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷାବଳ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସବଲର ୫ କମ୍ପାନୀ ନିୟୋଜିତ କରାଯାଇଛି ।

ଏମାନଙ୍କୁ ମୁମ୍ବାଇର ବିଭିନ୍ନ ଜୋନରେ ନିୟୋଜିତ କରାଯାଇଛି । ମୁମ୍ବାଇ ପୋଲିସ ତରଫରୁ ଏହି ସୂଚନା ଦିଆଯାଇଛି। କରୋନା କବ୍ଜାରେ ଦେଶର ୨୬ ରାଜ୍ୟ ରହିଛନ୍ତି । ୭ କେନ୍ଦ୍ର ଶାସିତ ରାଜ୍ୟ ମଧ୍ୟ କରୋନା କବଜାରେ ରହିଛନ୍ତି ।

କରୋନା ସଂକ୍ରମଣ ମାମଲାରେ ଆମେରିକା ସବୁଠାରୁ ଉର୍ଦ୍ଧ୍ବରେ ରହିଛି । ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୧୫ ଲକ୍ଷ ପହଞ୍ଚିଛି।ଦ୍ୱିତୀୟରେ ରହିଛି ଋଷ। ଋଷରେ ପାଖାପାଖି ୨ ଲକ୍ଷ ୯୦ ହଜାର ସଂକ୍ରମଣର ଶିକାର ହୋଇଛନ୍ତି । ଋଷ ପରେ ସ୍ପେନରେ ପାଖାପାଖି ୨ ଲକ୍ଷ ୭୮ ହଜାର ଲୋକ ସଂକ୍ରମଣର ଶିକାର ହୋଇଛନ୍ତି ।

Leave a comment