ଖୁସି ଖବର: ଆଉ ସୁସ୍ଥ ହେଲେ ୨୪ କରୋନା ଆକ୍ରାନ୍ତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ପାଇଁ ଆଉ ଏକ ଖୁସି ଖବର। ଆଉ ସୁସ୍ଥ ହେଲେ ୨୪ କରୋନା ଆକ୍ରାନ୍ତ ବ୍ୟକ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସୁସ୍ଥ ହେଲେ ୨୨୦ । ତେବେ ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ଗଞ୍ଜାମରୁ, ୩ଜଣ ଯାଜପୁର ଓ ୨ଜଣ ବାଲେଶ୍ୱରରୁ । ତେବେ ଏମାନେ ସୁସ୍ଥ ହେବା ସହ ସମସ୍ତଙ୍କୁ ଡିସଚାର୍ଜ ମଧ୍ୟ କରାଯାଇଛି ।
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ ଜରିଆରେ ଏହି ସୂଚନା ଦେଇଛି । ଏଯାଏଁ ଗଂଜାମ ଜିଲ୍ଲାରେ ୪୯ ଜଣ, ଯାଜପୁର ଜିଲ୍ଲାରେ ୫୫ ଜଣ ଓ ବାଲେଶ୍ୱର ଜିଲ୍ଲାରେ ୨୪ ଜଣ ସୁସ୍ଥ ହୋଇଛନ୍ତି ।